MEllora 950×100

ଅନ୍ତର୍ଜାତୀୟସ୍ତରର ବାଧା ଦୌଡରେ ଲିଟୁଙ୍କ ସ୍ୱର୍ଣ୍ଣ ପଦକ ହାସଲ

ସମ୍ବଲପୁର: ସମ୍ବଲପୁରର ହୀରାକୁଦ ନିବାସୀ ଆନିନ୍ଦ୍ୟ ସୁନ୍ଦର ମହାନ୍ତି (ଲିଟୁ) ଆର୍ନ୍ତଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ହରିୟାଣା ରାଜ୍ୟର କୁରୁକ୍ଷେତ୍ରରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଠାରେ ଆର୍ନ୍ତଜାତୀୟ ବାଧା ଦୌଡ (ପୂର୍ବ ଜୋନ) ଅନୁଷ୍ଠିତ ହୋଇଥିଲା। ଏଥିରେ ଲିଟୁ ମାତ୍ର ୧୮ ସେକେଣ୍ଡରେ ୧୧୦ ମିଟର ବାଧା ଦୌଡ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ହୀରାକୁଦର ନିବାସୀ ଅମର କୁମାର ମହାନ୍ତି ଓ କମଳୀ ପ୍ରଧାନ ଙ୍କ ସୁପୁତ୍ର ଲିଟୁ ଏବେ କଟକ ସ୍ଥିତ କେଶବଧାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୁକ୍ତ ୨ ବିଜ୍ଞାନ ଅଧ୍ୟୟନରତ। ଏହି ସଫଳତା ସହିତ ସେ ଆଗାମୀ ଦିନରେ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଛି।

Comments are closed.