MEllora 950×100

କ୍ୟାଡର ତାଲିକା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକର ପ୍ରାଥମିକ ସହକାରୀ ଶିକ୍ଷକ ସ୍ତର-୫ ଏକ୍ସ କ୍ୟାଡର ମହାସଂଘ ପକ୍ଷରୁ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ସରୋଜ କୁମାର ପ୍ରଧାନ ଓ ସମ୍ପାଦକ କଲେଶ୍ୱର୍ ବାଗଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି, ୨୦୦୨ ମସିହାରୁ ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଶ୍ଚିତ ଶିକ୍ଷା ଯୋଜନାରେ ଦୀର୍ଘ ୭ ବର୍ଷ କାର୍ଯ୍ୟ କରିବା ପରେ ଏମାନଙ୍କୁ ଗଣ ଶିକ୍ଷକ ଭାବେ ସରକାର ନିଯୁକ୍ତି ଦେଇଥିଲେ। ଏହାପରେ ଯେଉଁମାନେ ୨୦୦୮ରୁ ୨୦୧୯ ମସିହା ଭିତରେ ଓଟିଇଟି ପରୀକ୍ଷା ପାସ କରିଥିଲେ ସେମାନଙ୍କୁ ୨୦୧୭ ମସିହାରେ ନିୟମିତ କରାଗଲା। ଆଜି ଯାଏଁ ସେମାନଙ୍କୁ କ୍ୟାଡର ତାଲିକାରେ ଅନ୍ତର୍ଭୁକ୍ତ କରା ନ ଯାଇ ଏକ୍ସ କ୍ୟାଡର ଭାବରେ ରଖାଯାଇଛି। ତେଣୁ ତାଙ୍କୁ କେଡର ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

Comments are closed.