MEllora 950×100

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ଦୀର୍ଘ ଦିନର ରାଜସ୍ବ ଜିଲ୍ଲା ମାନ୍ୟତା ଦାବିକୁ ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଶାନ୍ତିପୂର୍ଣ ଭାବେ ସଫଳ ହୋଇଛି। ସକାଳ ୬ଟାରୁ ଜିଲ୍ଲା ସଂଘର୍ଷ ସମିତି ଓ ବିଭିନ୍ନ ସଂଗଠନ ତରଫରୁ ସହରର ମୁଖ୍ୟ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳ ବ୍ୟାଘାତ ଘଟିଥିଲା। ପର୍ଶୁରାମ ଛକ ମୁଖ୍ୟ ରାସ୍ତାରେ ସଖାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସଂଘର୍ଷ ସମିତି ଓ ଜିଲ୍ଲା ଆନ୍ଦୋଳନକୁ ସମର୍ଥନ କରିଥିବା ବିଭିହ୍ନ ଅନୁଷ୍ଠାନ ତରଫରୁ ଧାରଣା ଦିଆଯାଇଥିଲା। ଏହି ବନ୍ଦରେ ଜରୁରୀକାଳୀନ ସେବା ହାଇସ୍କୁଲ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ଦୃଷ୍ଟିରୁ ଯାନବାହାନ ଚଳାଚଳକୁ କୋହଳ କରାଯାଇଥିଲା। ଏହା ଛଡ଼ା ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ସମସ୍ତ ବ୍ୟାଙ୍କ, ଡାକଘର ଓ ବେସରକାରୀ କାର୍ଯ୍ୟାଳୟକୁ ସଂଘର୍ଷ ସମିତି ତରଫରୁ ପିକେଟିଙ୍ଗ କରି ବନ୍ଦ କରିଦିଆ ଯାଇଥିବା ବେଳେ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଜଳଖିଆ ଦୋକାନ, ରାସ୍ତାକଡ ଠେଲା ବ୍ୟବସାୟୀ ଜିଲ୍ଲା ଦାବିକୁ ସମର୍ଥନ କରି ସ୍ୱତଃ ପ୍ରବୁତ ଭାବେ ବନ୍ଦ କରି ଆନ୍ଦୋଳନ ଶୋଭାଯାତ୍ରାରେ ସାମିଲ ଥିଲେ।

ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସମ୍ପାଦକ ଦୁଃଖିଶ୍ୟାମ ଗୁରୁ, ନଗରପାଳ ବରିୟାମ ସିଂ ସାଲୁଜା, ଲକ୍ଷ୍ମଣ ବାଗ, ସଞ୍ଜୟ ଗାନ୍ଧୀ, କୁଞ୍ଜ ବିହାରୀ ବେହେରା, କୈଳାସ ଅଗ୍ରୱାଲ, ପ୍ରଦୀପ ବାଗଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ତହସିଲଦାର ସମୀର ବେହେରା ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Comments are closed.