MEllora 950×100

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ସରିଥିବା ଧଳପୁର-ଆଠମଲ୍ଲିକ ନୂତନ ସେତୁ ଗୁରୁବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ପରିଦର୍ଶନ କରିଛନ୍ତି। ସେତୁ ଉପରେ ବୁଲି ଦେଖିବା ସହିତ ଆଠମଲ୍ଲିକ ପାର୍ଶ୍ବକୁ ଯାଇ ମଧ୍ୟ ପରିଦର୍ଶନ କରିଥିଲେ। ଏହି ସେତୁ ନିର୍ମାଣ ଦ୍ୱାରା ଉତର-ପଶ୍ଚିମ ସାଙ୍ଗକୁ ଦକ୍ଷିଣ ଓଡ଼ିଶା ସହିତ ଯୋଗାଯୋଗ ପାଇଁ ବେଶ ଉପଯୋଗୀ ହେବ ବୋଲି କହିଥିଲେ। ତାଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସ୍‌‌, ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.