MEllora 950×100

ହରଡ ଚାଷ ବୁଲି ଦେଖିଲେ ଜିଲ୍ଲାପାଳ

ହରଭଙ୍ଗା: ଗୁରୁବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ମିଲେଟ୍‌‌ ମିଶନ ପାଇଁ ମାଣ୍ଡିଆ ଚାଷ ଉପଯୋଗୀ ପି.ଭି.ଟି ପ୍ଲଟ ପରିଦର୍ଶନ ବେଳେ ହରଭଙ୍ଗା ବ୍ଲକର କିଛି ହରଡଚାଷ ଜମି ପରିଦର୍ଶନ କରି ଖୁସିବ୍ୟକ୍ତ କରିଥିଲେ। ବୌଦ୍ଧ ଭଳି କୃଷି ପ୍ରଧାନ ଜିଲ୍ଲାରେ ଡାଲିଜାତୀୟ ଶସ୍ୟ ପାଇଁ ଉତ୍କୃଷ୍ଟ ଚାଷଜମି ଥିବା ଜାଣି ଖୁସି ହୋଇଥିଲେ। ଡାଲି ଜାତୀୟ ଚାଷ ସର୍ମ୍ପକରେ ବ୍ଲକ କୃଷି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଧଳପୁର ପଂଚାୟତର ବେଲପଦର ପ୍ରାଥମିକ ସ୍କୁଲ ମଧ୍ୟ ଜିଲାପାଳ ପରିଦର୍ଶନ କରି ଏହାର ଭିତଭୂମି, ସ୍କୁଲ ପାଠପଢ଼ା ଦିଗରେ ଦୃଷ୍ଟି ପକାଇଥିଲେ।

Comments are closed.