ବିନାଶକାରୀ ଭୂକମ୍ପ ; ମୃତ୍ୟୁସଂଖ୍ୟା ୨୪ ହଜାର ପାର୍‌‌

ନୂଆଦିଲ୍ଲୀ : ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପରେ ବଢିଛି ଚାଲିଛି ମୃତ୍ୟୁ ସଂଖ୍ୟା। ଶୁକ୍ରବାର ବିଳମ୍ବିତ ରାତି ଯାଏଁ ପ୍ରାୟ ୨୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ଏବେ ମଧ୍ୟ ଧ୍ୱଂସାବଶେଷ ତଳେ ଅନେକ ଦବି ରହିଛନ୍ତି। ଉଦ୍ଧାରକାରୀ ଦଳ ଦ୍ୱାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ। ସେହିପରି ପ୍ରାୟ ୮୦,୦୫୨ ଆହତଙ୍କୁ ଉଦ୍ଧାର କରାଯାଇଛି। ଆହୁରି ମଧ୍ୟ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ଭୂକମ୍ପରେ ପ୍ରଭାବିତ ସଭିଁଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ‘ଅପରେସନ ଦୋସ୍ତ’ ଦ୍ୱାରା ଭାରତୀୟ ଟିମ୍‌‌ ଦିନରାତି କାର୍ଯ୍ୟ କରୁଛନ୍ତି। ସେମାନେ ଅଧିକ ରୁ ଅଧିକ ଜୀବନ ଓ ସମ୍ପତ୍ତି ରକ୍ଷା କରିବା ପାଇଁ ନିଜର ଦକ୍ଷତା ପ୍ରଦର୍ଶନ କରିବେ।

 

 

Comments are closed.