କ୍ୟାଟ୍ରିନା ଆଖି ପାଇଁ ବ୍ୟବହାର କରୁଛନ୍ତି ସ୍ୱତନ୍ତ୍ର ମାସ୍କ -ଦାମ !

ନୂଆଦିଲ୍ଲୀ – କ୍ୟାଟ୍ରିନା କେଫ୍ ତାଙ୍କ ତ୍ବଚା ଯତ୍ନରେ ଜମାରୁ ହେଳା କରନ୍ତିନି। ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ସେ ବ୍ୟବହାର କରୁଥିବା ଦାମୀ ଆଖି ମାସ୍କ ବିଷୟରେ କହିଥିଲେ। ଏଇ ଆଖି ପ୍ୟାକ୍ ବିଷୟରେ ତାଙ୍କ ସାଙ୍ଗ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଥିବା କ୍ୟାଟ୍ରିନା ଜଣାଇଛନ୍ତି।

ଆଖି ମାସ୍କର ଦାମ୍ ୬,୯୯୦ ଟଙ୍କା ଓ ମାତ୍ର ଥରେ ବ୍ୟବହାର କରିବା ପରେ ତାକୁ ଫିଙ୍ଗିବାକୁ ପଡ଼େ। ଅତି ମହଙ୍ଗା ମାସ୍କ କିନ୍ତୁ ତା’ କରାମତି ବି କିଛି କମ୍ ନୁହେଁ। ମାସ୍କଟି ଆଖି ତଳ କଳାଦାଗ ଦୂର କରିବା ସହ ଆଖିକୁ ଥଣ୍ଡା ରଖେ।

ଏହି ମାସ୍କରେ କେତେପ୍ରକାର ଦାମୀ ତତ୍ତ୍ବ ସହ ହୀରା ମଧ୍ୟ ମିଶାଯାଇଛି, ଯେଉଁଥିପାଇଁ ମାସ୍କ ଲଗାଇବା ମାତ୍ରେ ଆଖି ତଳ କଳାଦାଗ ଦୂର ହୁଏ। ବଡ଼ବଡ଼ ଦୋକାନାରେ ଓ ଗୋଟିଏ, ଦୁଇଟି ଅନ୍-ଲାଇନ୍‌ ସାଇଟ୍‌​‌େ​‌ର ଏହି ଆଖି ମାସ୍କ ମିଳୁଛି।

Comments are closed.