ୱସ୍‌ୱାଲ୍‌ ଲିମିଟେଡ୍‌ ସର୍ଭେ: ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଓଡ଼ିଶା

ଭୁବନେଶ୍ବର: ମୋତିଲାଲ୍‌ ଓସ୍‌ୱାଲ୍‌ ଲିମିଟେଡ୍‌ ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଓଡ଼ିଶା ବଳକା ବଜେଟ୍‌ ସହ ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି। ଗତ ଦୁଇ ଦଶନ୍ଧି ଧରି ନିରନ୍ତର ଦୃଷ୍ଟାନ୍ତମୂଳକ ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ, ଓଡ଼ିଶାକୁ ଦେଶର ଏକ ସ୍ଥିର ଅର୍ଥବ୍ୟବସ୍ଥା ପ୍ରଦାନକାରୀ ରାଜ୍ୟ ଭାବରେ ସ୍ଥାନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Comments
Loading...