ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ପାଠପଢ଼ା ପାଇଁ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ଅନ୍‌ଲାଇନ୍‌ ତାଲିମ

ଭୁବନେଶ୍ୱର : ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କର ନାମଲେଖା ଓ ପାଠପଢ଼ା ସଂକ୍ରାନ୍ତରେ ଅଗଷ୍ଟ ୪ ତାରିଖରୁ ୮ ତାରିଖ ଯାଏଁ ୫ ଦିନ ପର୍ଯ୍ୟନ୍ତ ଦୈନିକ ୨ ଘଣ୍ଟା ଲେଖାଏଁ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ ପ୍ରଦାନ କରାଯିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜଣାଯାଇଛି । ସରକାର ଯୁକ୍ତ ୨ ନାମ ଲେଖା ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ନାମଲେଖା ପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହେବ, ଅନ୍‌ଲାଇନ୍‌ ପ୍ରଶିକ୍ଷଣରେ ସେହିସବୁ ପ୍ରସଙ୍ଗ ଅନ୍ତର୍ଭୁକ୍ତ ରହିବ । ରାଜ୍ୟର ୧୦୧ଟି ଉତ୍କର୍ଷ ବିଦ୍ୟାଳୟ, ୩୦ଟି ଜିଲ୍ଲାର ୩୦ଟି ଯୁକ୍ତ ୨ ମହାବିଦ୍ୟାଳୟ ଏବଂ ୧୦୧ ସ୍କୁଲ୍‌ରୁ ୨ ଜଣ ଲେଖାଏଁ ଶିକ୍ଷକ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବେ ।

Comments are closed.