MEllora 950×100

ଡଃ ରାଧାନାଥ ରଥଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୨୦୧ୟୁନିଟ ରକ୍ତ ସଂଗୃହିତ

ଆଠଗଡ଼: ବିଶିଷ୍ଟ ସାମ୍ବାଦିକ, ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୬ତମ ଜୟନ୍ତୀ ଅବସରରେ ସମସରପୁରସ୍ଥିତ ପ୍ରୋଗ୍ରେସିଭ କ୍ଲବ ଆନୁକୂଲ୍ୟରେ ଯୁବ, ଛାତ୍ର ଓ ମହିଳା ବିଜେଡି, ଜୀବନବିନ୍ଦୁ, ଓଡ଼ିଶା ମୋ ପରିବାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାବିତ୍ରୀ ରଥ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବର୍ଷିଆନ ସମାଜସେବୀ କଣ୍ଡୁରୀ ଚରଣ ନାୟକ, ଜିଲ୍ଲାପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିଥିଲେ। ଜୀବନବିନ୍ଦୁ ଆବାହକ ରାକେଶ ଦାସ ଓ ଛାତ୍ରଜନତା ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥିଗଣ ଡଃ ରାଧାନାଥ ରଥଙ୍କ ବହୁମୁଖୀ ପ୍ରତିଭା ଓ ସେବା ମନୋଭାବ ସଂପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ଡାକ୍ତରୀଦଳ ଏହି ଶିବିରରେ ଯୋଗଦେଇ ୨୦୧ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଯୁବ ବିଜେଡି ସଭାପତି ବିନୋଦ ମାଝି ଜିଲ୍ଲା ଯୁବ ବିଜେଡି ସଂପାଦକ ସଂଜୟ କୁମାର ନାୟକ, ଛାତ୍ରନେତା ପ୍ରଭଞ୍ଜନ ସେଠୀ, ଶୁଭେନ୍ଦୁ ବେଉରା, ଏନଏସି ଛାତ୍ର ବିଜେଡି ସଭାପତି ମହମ୍ମଦ ଖାଲିଦ୍‌‌, ଆଶିଷ କୁମାର ସିଂହ, ବବୁଲ ନାୟକ, ଶ୍ରମିକନେତା ଅଶୋକ ପ୍ରଧାନ, କୃଷକନେତା ନିରାକାର ଲେଙ୍କା ଓ ରୋହିତ ପ୍ରଧାନ, ସମସରପୁର ବିଜେଡି ସଭାପତି ନିଳମଣୀ ସାହୁ ପ୍ରମୁଖ ଏହି ରକ୍ତଦାନ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Comments are closed.