ଆଜି ଖୋଲା ରହିବ ନନ୍ଦନକାନନ, ମଙ୍ଗଳବାର ବନ୍ଦ

ସମାଜ: ନନ୍ଦନକାନନ ପ୍ରାଣୀଉଦ୍ୟାନ ବର୍ଷ ଶେଷରେ ସର୍ବାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଛି। ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ଏଠାକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି। ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣଙ୍କ ସୂଚନା ଅନୁଯାୟୀ ନନ୍ଦନକାନନକୁ ଏହି ସମୟ ମଧ୍ୟରେ ୧ଲକ୍ଷ ୯୧ ହଜାର ୨୨୪ ଜଣ ପର୍ଯ୍ୟଟକ ଆସିଥିଲେ। ଯାହାକି ଗତବର୍ଷ ଗୁଡିକ ତୁଳନାରେ ବହୁ ଅଧିକ। ଅଫଲାଇନରେ ୧ଲକ୍ଷ ୬୧ହଜାର ୩୫, ସଞ୍ଚାରରେ ୧୩ହଜାର ୧୭, ହ୍ବାଟସଆପ୍‌ରେ ୧୬ହଜାର ୫୮୨, ରୋପୱେରେ ୨୬୫ ପର୍ଯ୍ୟଟକ ଟିକଟ କରିଥିବା ଜଣାପଡିଛି। ୩୨୫ ଜଣ ଭିନ୍ନକ୍ଷମ ମାଗଣାରେ ନନ୍ଦନକାନନ ବୁଲିଥିଲେ। ଅନ୍ୟପକ୍ଷରେ ନୂଆବର୍ଷ ସୋମବାର ପଡୁଥିଲେ ମଧ୍ୟ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବା। ତା’ ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ଉଭୟ ଉଦ୍ୟାନ ବନ୍ଦ ରହିବ ବୋଲି ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ସହକାରୀ ବନସଂରକ୍ଷକ ଶରତ ସାହୁ ସୂଚନା ଦେଇଛନ୍ତି।

ବଡଦିନ ଅବସରରେ ୧୯ ହଜାର ୬୨୬ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ୨୭ରେ ୪୦ହଜାର ୩୧୬ ଜଣ ପର୍ଯ୍ୟଟକ, ୨୮ରେ ୩୧ ହଜାର ୨୩୭ ପର୍ଯ୍ୟଟକ, ୨୯ରେ ୩୧ହଜାର ୩୧୨ ପର୍ଯ୍ୟଟକ ଆସିଥିଲେ। ୩୦ରେ ୩୨ହଜାର ୨୦୧ ପର୍ଯ୍ୟଟକ ଆସିଥିଲେ। ବର୍ଷ ଶେଷ ଅର୍ଥାତ୍ ୩୧ରେ ୩୬୫୩୨ ପର୍ଯ୍ୟଟକ ଆସିଥିଲେ। ଅଫଲାଇନରେ ୩୦ହଜାର ୩ ଜଣ, ସଞ୍ଚାରରେ ୨୪୬୧, ହ୍ବାଟସଆପ୍‌ରେ ୩୯୬୯, ରୋପୱେରେ ୬୮ ଓ ମାଗଣାରେ ୩୧ଜଣ ଭିନ୍ନକ୍ଷମ ପ୍ରବେଶ କରିଥିଲେ। ସୂଚନାଥାଉକି ଚଳିତ ବର୍ଷ ଏପ୍ରିଲ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ୧କୋଟି ୪୯ଲକ୍ଷ ୫୮ହଜାର ୭୦ଜଣ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବୁଲିବାକୁ ଆସିଛନ୍ତି। ଗତବର୍ଷ ଏପ୍ରିଲ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ୧କୋଟି ୪୮ଲକ୍ଷ ୨୮ହଜାର ୪୯୪ ଜଣ ପର୍ଯ୍ୟଟକ ଆସିଥିଲେ। ରାଜ୍ୟଉଭିଦ ଉଦ୍ୟାନକୁ ଆଜି ବର୍ଷ ଶେଷ ଦିନରେ ୬ହଜାର ୩୦୦ଜଣ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥିବାବେଳେ ବର୍ଷଶେଷ ସପ୍ତାହକରେ ୧୪ହଜାର ୪୩୯ ଜଣ ପର୍ଯ୍ୟଟକ ଆସିଥିଲେ। ଭିଡର ସୁଯୋଗ ନେଇ ୨୦୦ରୁ ଊର୍ଦ୍ଧ୍ବ ଚୋରି ହୋଇଛି। ବିଶେଷ କରି ସରୀସୃପ ଉଦ୍ୟାନ, ଅନ୍ଧାରୀ ଘର, ହାତୀ ସଫାରୀ, ବାଘ ଖୁଆଡ, ଟିକଟ କାଉଣ୍ଟର ସହ ନନ୍ଦନକାନନ ବସଷ୍ଟାଣ୍ଡରୁ ଏହି ସବୁ ଅଭିଯୋଗ ଆସିଥିଲା।

Comments are closed.