ପିପିଲିରେ ମତ୍ସ୍ୟଚାଷ ସଂପର୍କିତ ସଚେତନତା ଶିବିର

ପିପିଲି: ପିପିଲି ସ୍ଥିତ କୃଷି ସୁଚନା ପରାମର୍ଶ କେନ୍ଦ୍ର ଠାରେ ମତ୍ସ୍ୟଚାଷ ସଂପର୍କିତ ଦିନିକିଆ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟଚାଷ ପାଇଁ ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା କିପରି ପ୍ରତି ପଞ୍ଚାୟତର ମତ୍ସ୍ୟଚାଷୀଙ୍କ ନିକଟରେ ପହଞ୍ଚିବ ଏବଂ ଏହାର ସଦୁପଯୋଗ ହୋଇପାରିବ ସେ ସଂପର୍କରେ ଶିବିରରେ ବିଷଦ ଭାବେ ଆଲୋଚନା ହୋଇଥିଲା।

ଏହି ଅବସରରେ ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ ମତ୍ସ୍ୟ ଅଧିକାରୀ ଶଶାଙ୍କ ଶିବାଶିଷ ବିଶ୍ୱାଳ ଯୋଗଦେଇ ମତ୍ସ୍ୟଚାଷ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରିଥିବା ବେଳେ କୃଷି ସୁଚନା ପରାମର୍ଶ କେନ୍ଦ୍ରର ବୈଷୟିକ ପରିଚାଳକ ଉମାକାନ୍ତ ଦଳେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ବିଧାୟକଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟଙ୍କ ସମେତ ଜନପ୍ରତିନିଧି ଓ କୃଷକସାଥୀମାନେ ଯୋଗ ଦେଇଥିଲେ।

Comments are closed.