ବଡ଼ମ୍ବା ସମବାୟ ଚିନିକଳରୁ ଚଞ୍ଚକତା ପୂର୍ବକ ଲୁଟ୍‌‌ ଉଦ୍ୟମ ପଣ୍ଡ

ବଡ଼ମ୍ବା: ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ବଡ଼ମ୍ବା ଚନିକଳକୁ ନେଇ ମକଦମା ଏବଂ ଚର୍ଚ୍ଚା ଲାଗିରହିଥିବା ବେଳେ ବୁଧବାର ଏହି କଳ ଭିତରୁ ଲକ୍ଷାଧିକ ଟଙ୍କା ମୂଲ୍ୟ୍ୟର ସାମଗ୍ରୀ ଚୋରୀ ହେଉଥିବା ଧରା ପଡ଼ିଛି। ପୂର୍ବରୁ ଚିନିକଳର ଅନେକ ମୂଲ୍ୟବାନ ଯନ୍ତ୍ରାଂଶ ଚୋରୀ ହୋଇଯାଇଥିବା ବେଳେ ବୁଧବାର ପ୍ରକାଶ୍ୟ ଆଲୋକରେ ଏକ ଟ୍ରାକ୍ଟର ସମେତ ଖତ ଖାଉଥିବା ଅନ୍ୟାନ୍ୟ ଯାନବାହାନ ଲୁଟ ଉଦ୍ୟମ ହେଉଥିବା ସ୍ଥାନୀୟ ଅଧିବାସୀ ଦେଖିବାକୁ ପାଇଥିଲେ। ତେବେ ଚାଲାଣ ହେଉଥିବା ମୂଲ୍ୟବାନ ଗାଡ଼ି ମରାମତି ହେବାକୁ ଯାଉଥିବା କାଗଜ ଦର୍ଶାଇଥିଲେ ସୁଦ୍ଧା ଏଥିରେ ସନ୍ଦେହ ହେବାରୁ ସ୍ଥାନୀୟ ଅଧିବାସୀ ପୁଲିସ ପ୍ରଶାସନକୁ ଖବର ଦେଇଥିଲେ। ଆଠଗଡ଼଼ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ସମବାୟ ବିଭାଗ କତୃପକ୍ଷଙ୍କଠାରୁ ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ଏନେଇ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ଫଳସ୍ୱରୁପ ପୁଲିସ ସହିତ ତହସିଲଦାର ଶ୍ରୀ ବେହେରା ଏବଂ ଆଠଗଡ଼଼ସ୍ଥିତ ସହକାରୀ ସମବାୟ ନିବନ୍ଧକ ବିଜେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଞ୍ଚଥିଲେ। ସେଠାରେ ଲୁଟ ହେଉଥିବା ଟ୍ରକ ବୋଝେଇ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଜେସିବି ଏବଂ ଏଥିରେ ବ୍ୟବହୃତ ଏକ ଜ୍ୟାକ (ଭାରି ଜିନିଷ ଉଠାଇବା ହାଇଡ୍ରା) ଗାଡ଼ିକୁ ପୁଲିସ ଜବତ କରିଥିଲେ। ସେହିଭଳି ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବଡ଼ମ୍ବା ଥାନା ଅଧିକାରୀ ସ୍ନିଗ୍ଧାମୟୀ ବରାଳଙ୍କଠାରୁ ପ୍ରକାଶ। ଅନ୍ୟପକ୍ଷରେ ବନ୍ଦ୍‌‌ପଡ଼ିଥିବା ଏହି ଚନିକଳକୁ ବନ୍ଧକ ରଖି ଏକ ଘରୋଇ କମ୍ପାନି କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ କରିଥିବା ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ସଂପୃକ୍ତ କମ୍ପାନି କତୃପକ୍ଷ ଋଣଟଙ୍କା ଧାର୍ଯ୍ୟ ସମୟରେ ପରିଶୋଧ କରିପାରିନଥିବାରୁ ଇତିମଧ୍ୟରେ ଚିନିକଳରେ ସଂପୃକ୍ତ ବ୍ୟାଙ୍କ ତରଫରୁ ନିଲାମ ନୋଟିସ ଲାଗିଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କେଉଁ ଉଦେଶ୍ୟ ରଖି ସଂପୃକ୍ତ ଜଖମ ଟ୍ରାକ୍ଟରଟି ଫ୍ୟାକ୍ଟ୍ରି ମଧ୍ୟରୁ ବାହାରକୁ ଚାଲାଣ ହେଉଥିଲା ସେନେଇ ପ୍ରସ୍ନବାଚୀ ସୃଷ୍ଟି ହୋଇଛି।

Comments are closed.