ନବଜାତ ଶିଶୁକୁ ଛାଡ଼ିଦେଲା ମା, ଉଦ୍ଧାର କଲା ପୁଲିସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡଭଗା ଶିବମନ୍ଦିରରେ ଆଜି ଗୋଟିଏ ନବଜାତ ଶିଶୁ କନ୍ୟାକୁ ପୋଲିସ ଉଦ୍ଧାର କରିଛି। ବୁଧବାର ସକାଳ ପ୍ରାୟ ସାତଟା ସମୟରେ ଗୋଡ଼ଭଗା ସ୍ଥିତ ଶିବ ମନ୍ଦିରର ପାହାଚ ରେ ଗୋଟିଏ ନବଜାତ ଶିଶୁକନ୍ୟା ପଡି ରହିଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇଁ ଗୋଡଭଗା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପଡି ରହିଥିବା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇ ଥିଲେ। ପରେ ବରଗଡ଼ ଶିଶୁ କଲ୍ୟାଣ କମିଟିକୁ ଖବର ଦେଇଥିଲେ। ଖବର ପାଇ ବରଗଡ଼ ସିଡବ୍ଲୁସି ବୁର୍ଲା ଡାକ୍ତରଖାନାରେ ପହଞ୍ଚି ଥିଲେ। ଶିଶୁ କନ୍ୟାଟି ସଦ୍ୟଜାତ ବୋଲି ଜଣାପଡିଛି।

Comments are closed.