MEllora 950×100

ଗୋଟିଏ ଦିନରେ ହିତାଧିକାରୀଙ୍କୁ ଦିଆଗଲା ୧୦୧ ପ୍ରମାଣପତ୍ର

ମୋହନା: ମୋହନା ତହସିଲରେ ବିଭିନ୍ନ କାରଣରୁ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାରର ପ୍ରମାଣପତ୍ର ପାଇବାପାଇଁ ସାଧାରଣ ହିତାଧିକାରୀଙ୍କୁ ବହୁଦିନ ଅପେକ୍ଷା କରିବାକୁ ପଡ଼ୁଥିଲା। ଯାହାଫଳରେ ହିତାଧିକାରୀମାନେ ପ୍ରମାଣପତ୍ର ପାଇବା ପାଇଁ ବାରମ୍ଵାର ଜନସେବା କେନ୍ଦ୍ର ଓ କାର୍ଯ୍ୟାଳୟକୁ ଆସି ଅଯଥାରେ ବହୁ ଖର୍ଚ୍ଚାନ୍ତ ହେବା ସହ ସମୟ ଅପଚୟ ମଧ୍ୟ ହେଉଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ପ୍ରଚେଷ୍ଟା ଓ ରାଜସ୍ୱ ନିରୀକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମରେ ହିତାଧିକାରୀଙ୍କ ସମସ୍ତ ନଥିପତ୍ର ଯାଞ୍ଚ କରି ଗୋଟିଏ ଦିନରେ ୧୦୧ ଜଣଙ୍କୁ ବିଭିନ୍ନ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ୬୧ ଜଣଙ୍କୁ ଅନୁସୁଚିତ ଜନଜାତି ପ୍ରମାଣପତ୍ର, ୨୧ ଜଣଙ୍କୁ ଆୟ ପ୍ରମାଣପତ୍ର ଓ ୧୯ ଜଣଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଅତିରିକ୍ତ ତହସିଲଦାର କାର୍ଯ୍ୟାଳୟ ପରିସରରେ ହିତାଧିକାରୀମାନଙ୍କୁ ପ୍ରଦାନ କରିଥିଲେ। ସମସ୍ତ ହିତାଧିକାରୀ ଗୋଟିଏ ଦିନରେ ପ୍ରମାଣପତ୍ର ପାଇ ଶ୍ରୀ ପଲାଇଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Comments are closed.