ପଦ୍ମପୁର ବ୍ଲକର ଧାନ ମଣ୍ଡି ଉଦଘାଟିତ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି ପରିସରରେ ଗୁଣୁପୁର ପକ୍ଷରୁ ୨୦୨୩-୨୪ ଖରିଫ ଋତୁ ନିମନ୍ତେ ଧାନମଣ୍ଡି ଉଦଘାଟନ କରାଯାଇଛି। ପଦ୍ମପୁର ତହସିଲଦାର ଗିତାଞ୍ଜଳି ବେହେରାଙ୍କ ଦ୍ଵାରା ଧାନ ମାଣ୍ଡି ଉଦଘାଟିତ ହୋଇଯାଇଛି। ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଠାରେ ସୋମବାର, ଇନ୍ଦୁପୁର ମଣ୍ଡିରେ ବୁଧବାର, ଗୁଡ଼ିଆବନ୍ଦ ମଣ୍ଡିରେ ମଙ୍ଗଳବାର, ଆଖୁସିଙ୍ଗି ମଣ୍ଡିରେ ଶୁକ୍ରବାର ତେମ୍ବାଗୁଡା ମଣ୍ଡିରେ ଶନିବାର ଡେରିଙ୍ଗା ମଣ୍ଡିରେ ଗୁରୁବାର ଦିନ ସମସ୍ତ ଚାଷୀଙ୍କ ଧାନ ସୁବିଧାରେ ମାର୍ଚ୍ଚ ମାସ ମଧ୍ୟରେ ଧାନ କ୍ରୟ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରଭାକର ମଲ୍ଲିକ ସୂଚନା ଦେଇଥିଲେ।

Comments are closed.