ଅପରେସନ୍‌‌ କାବେରୀ, ସୁଦାନରୁ ଫେରିଲେ ୩୬୦ ଜଣ ଭାରତୀୟ ନାଗରିକ

ଡେସ୍କ: ଅପରେସନ୍‌‌ କାବେରୀ ଅଧୀନରେ ଯୁଦ୍ଧତ୍ରସ୍ତ ସୁଦାନରୁ ପଞ୍ଚମ ପାଳିରେ ୨୯୭ ଜଣ ଭାରତୀୟ ନାଗରୀକଙ୍କୁ ସୁଦାନ ବନ୍ଦରରୁ ଜେଦାହ ଅଣାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚୀ ଟ୍ୱିଟ୍‌‌ କରିଛନ୍ତି। ପଞ୍ଚମ ପାଳି ପୂର୍ବରୁ ଚତୁର୍ଥ ପାଳିରେ ମଧ୍ୟ ୧୩୬ ଜଣ ଭାରତୀୟଙ୍କୁ ଜେଦାହ ଅଣାଯାଇଥିବା ଜଣାପଡ଼ିଛି।

ଏହି ଅଭିଯାନ ଅଧୀନରେ ସୁଦାନରୁ ୩୬୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ପ୍ରଥମ ବିମାନ ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ଅପରେସନ୍‌‌ କାବେରୀ ଅଧୀନରେ ଭାରତ ସରକାର ଭାରତୀୟ ନାଗରିକମାନଙ୍କୁ ସୁଦାନରୁ ବାହାର କରି ନିରାପଦରେ ଦେଶକୁ ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।

ରାଜଧାନୀ ଖାର୍ତୁମରେ ସୁଦାନର ସେନା ଏବଂ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ ବଢ଼ିବା ପରେ ଭାରତ ନିଜ ନାଗରିକମାନଙ୍କୁ ସୁରକ୍ଷିତ ଦେଶକୁ ଆଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିବ ବୋଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‌‌. ଜୟଶଙ୍କର ଘୋଷଣା କରିଥିଲେ। ନାଗରିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଭାରତ ନିଜର ସାମରିକ ବିମାନ ଏବଂ ଯୁଦ୍ଧ ଜାହାଜ ନିୟୋଜିତ କରିଛି। ଏହା ପୂର୍ବରୁ ଭାରତରେ ଫ୍ରାନ୍ସର ଦୂତାବାସ ସୂଚନା ଦେଇଥିଲା ଯେ ହିଂସା ପ୍ରଭାବିତ ସୁଦାନରୁ ସେମାନଙ୍କ ଦେଶ ସହ ଅନ୍ୟ ୨୭ଟି ଦେଶର ନାଗରିକଙ୍କ ସହ କିଛି ଭାରତୀୟଙ୍କୁ ସ୍ଥାନାନ୍ତର କରିଛି।

Comments are closed.