ଆସନ୍ତାକାଲି ସାଂଘାଇ ସହଯୋଗ ସଂଗଠନ ବୈଠକ, ଅଧ୍ୟକ୍ଷତା କରିବେ ରାଜନାଥ ସିଂହ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ଚୀନ୍‌‌, କାଜାକିସ୍ତାନ, କିର୍‌‌ଗିଜ୍‌‌ସ୍ତାନ, ରୁଷ, ତାଜିକିସ୍ତାନ ଓ ଉଜ୍‌‌ବେକିସ୍ତାନ ଯୋଗଦେବେ। ଭାରତ ଏହି ବୈଠକରେ ଯୋଗଦେବାକୁ ବେଲାରୁଷ ଏବଂ ଇରାନ୍‌‌କୁ ନିମନ୍ତ୍ରଣ କରିଥିବା ବେଳେ ଏସ୍‌‌.ସି.ଓ. ପର୍ଯ୍ୟବେକ୍ଷକ ଓ ଏସ୍‌‌.ସି.ଓ. ପ୍ରତିରକ୍ଷା ମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଆଭାସି ଜରିଆରେ ଏହି ବୈଠକରେ ଯୋଗଦେବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ସିଂହ ବିଭିନ୍ନ ଦେଶର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

Comments are closed.