ଧାନ ଖଳାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ବଇକୁମ୍ପା ନିକଟସ୍ଥ ଟିକ୍ରାସାହିରେ ଧାନଖଳାରେ ଅଗ୍ନିକାଣ୍ଡ ଘଟି ଫସଲ ନଷ୍ଟ ହୋଇଥିବା ଦେଖି ବାକୁ ମିଳିଛି। ସୂଚନା ପ୍ରକାରେ ଟିକ୍ରାସାହି ଗ୍ରାମର ଶ୍ୟାମଘନ କହଁର ଙ୍କର ଧାନ ବିଲରୁ ଆଣି ଅମଳ କରିବା ପାଇଁ ଧାନ ଖଳାରେ ଏକତ୍ରିତ କରି ରଖିଥିଲେ। ଖଳାରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟି ପ୍ରାୟ ଆନୁମାନିକ ୧୦ କ୍ଵିଣ୍ଟାଲ ଧାନ ନଷ୍ଟ ହୋଇ ଯାଇ ଥିବା ଜଣାପଡ଼ିଛି। ଏହି ବିଷୟରେ ଅଗ୍ନିଶମ ବାହିନୀକୁ ଜଣାଇବା ପରେ ଖବର ପାଇ ଖଜୁରୀପଡ଼ା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.