ମହିଳା କଲେଜ ଇତିହାସ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଇତିହାସ ସମ୍ମାନ ଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ରଙ୍କ ସଂଯୋଜନାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଯୋଗଦେଇ ବିଦାୟୀ ଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କୁ ଭଲମଣିଷ ହେବା ଏବଂ ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀମତୀ ମହାପାତ୍ର ଛାତ୍ରୀମାନେ ଏହି ଶିକ୍ଷା ଲାଭ କରି କିପରି ନିଜକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବେ ସେ ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ପିଲାଙ୍କ ମଧ୍ୟରେ କିଛି ନା କିଛି ଲୁକାୟିତ ପ୍ରତିଭା ରହିଛି ଓ ତାର ସଦୁପଯୋଗ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଭାଗ ପକ୍ଷରୁ ସମ୍ମାନରେ ସର୍ବାଧିକ ନମ୍ବର ରଖିଥିବା ସୁଚିତ୍ରା ରାଉତ ଏବଂ ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ଆୟୋଜନ କରିଥିବାରୁ ମୋନାଲିସା ରାଉତ ଓ ସ୍ମୃତିରେଖା ବେଜଙ୍କୁ ପୁରସ୍କୃତ କରାଯାଇଥିଲା। ୨ୟ ବର୍ଷ ଛାତ୍ରୀ ସୁଜାତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଛାତ୍ରୀ ଉର୍ମିଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.