MEllora 950×100

କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ଡେସ୍କ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରୀୟ କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ଏକ ୨ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମପଞ୍ଚାୟତର କାଳିଆବେଡାଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ଉଦଯାପନୀ ଦିବସରେ କେନ୍ଦୁଝର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଝାଡ଼ବେଲଦା ଜୁନିଅର କଲେଜ୍‌‌ର ରଜନୀତି ବିଜ୍ଞାନ ଅଧ୍ୟାପକ ପ୍ରକାଶ କୁମାର ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଗୌରୀ ନାୟକ, ସମିତି ସଭ୍ୟା ମମତା ବେହେରା, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣାନନ୍ଦ ମହାନ୍ତ, ମଇଦାନକେଲ ସରପଞ୍ଚ ଭାଗୀରଥି ସିଂ ଓ ସ୍ଥାନୀୟ ୱାର୍ଡ ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଗ୍ରାମାଞ୍ଚଳରେ ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ବୋଲି କହିଛନ୍ତି।

ଏଥିରେ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବାଲେଶ୍ୱରରୁ ଆସିଥିବା ଶ୍ରଦ୍ଧା କ୍ରିଏଟିଭ ଆର୍ଟ୍ସ ଓ ସ୍ଥାନୀୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଆଜି ମତଦାତ୍ତ ସଚେତନତା ଦିବସରେ ମୁଖ୍ୟ ଅତିଥି ଏକ ଶପଥ ପତ୍ର ପାଠ କରାଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ସଂଚାର ବ୍ୟୁରୋ, କେନ୍ଦୁଝର କାର୍ଯ୍ୟାଳୟର କ୍ଷେତ୍ରପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଅଧିକାରୀ ଜୀବନକୁମାର ସାମନ୍ତସିଂହାର ମଞ୍ଚ ପରିଚାଳନା କରିଥିଲେ।

Comments are closed.