MEllora 950×100

ସାକ୍ଷୀଗୋପାଳ କଲେଜରେ ଜାତୀୟ ଭୋଟର ଦିବସ ପାଳନ

ସାକ୍ଷୀଗୋପାଳ: ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆଜି ୧୩ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରି ନିଜ ବକ୍ତବ୍ୟରେ ନିର୍ବାଚନ ହେଉଛି ଗଣତନ୍ତ୍ର ବ୍ୟବସ୍ଥାର ଆତ୍ମା ସଦୃଶ, ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରମାନ ନିର୍ବାଚନକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଭାରତରେ ନିର୍ବାଚନକୁ ପରିଚାଳନା କରିବା ପାଇଁ ଭାରତୀୟ ସମ୍ବିଧାନର ଧାରା ୩୨୪ ରେ ୧୯୫୦ ମସିହା ଜାନୁଆରୀ ୨୫ ତାରିଖରେ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା। ୨୦୧୧ ମସିହାରେ ଡ଼ଃ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ନିର୍ବାଚନ ଆୟୋଗର ଜନ୍ମ ଦିବସକୁ ଜାତୀୟ ଭୋଟର ଦିବସ ରୂପେ ପାଳନ କରାଯିବା ପାଇଁ ଉତ୍ସର୍ଗ କରାଯାଇଥିଲା।

ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରତ୍ନାକର ସାହୁ ମତଦାତାର ଏକ ଭୋଟ ବନ୍ଧୁକର ଗୁଳି ଠାରୁ ଅଧିକ ଶକ୍ତିଶାଳୀ ବୋଲି ନିଜର ଭାଷଣରେ କହିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅନ୍ୟତମ ଅଧ୍ୟାପକ ପ୍ର. ଅମରନାଥ ପାଲଙ୍କ ତତ୍ୱାବଧାନରେ ‘ମତଦାତାଙ୍କ ସଂକଳ୍ପ’କୁ ସମୂହ ପାଠ କରାଯାଇଥିଲା।

Comments are closed.