ବରୁଣ ସୋରେନ୍ ରେଙ୍ଗାଲି ବ୍ଲକ ସଂସଦ ପ୍ରତିନିଧି ମନୋନୀତ

ରେଙ୍ଗାଲି: ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବରୁଣ ସୋରେନଙ୍କୁ ରେଙ୍ଗାଲି ବ୍ଲକ ପ୍ରତିନିଧି ରୂପେ ମନୋନୀତ କରିଛନ୍ତି। ଏ ସଂକ୍ରାନ୍ତରେ ଶ୍ରୀ ବିଶି ପତ୍ର ମାଧ୍ୟମରେ ରେଙ୍ଗାଲି ବିଡିଓଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ଶ୍ରୀ ବିଶିଙ୍କ ରେଙ୍ଗାଲି ବ୍ଲକରେ ତାଙ୍କ ପ୍ରତିନିଧି ମନୋନୀତ କରିଥିବାରୁ ବ୍ଲକ ବିଜେଡି ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ବିଜେଡି ସଭାପତି ଅଶୋକ ଗୁରୁ, ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା, ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ଓରାମ, ପୂର୍ବତନ ବ୍ଲକ ବିଜେଡ ସଭାପତି ପ୍ରଦୀପ ସାହୁ ପ୍ରମୁଖ ଅନେକ ଦଳୀୟ ନେତା ଓ କର୍ମୀ ନବ ମନୋନୀତ ସାଂସଦ ପ୍ରତିନିଧିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
Comments are closed.