ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

ଚୌଦ୍ୱାର: ଅବସରପ୍ରାପ୍ତ ଶିକ୍ଷକ ସଂଘର ବାର୍ଷିକୋତ୍ସବ ସଭାପତି ଭାଗିରଥୀ ମିଶ୍ରଙ୍କ ପୌରୋହିତ୍ୟରେ ଓଟିଏମ୍‌‌ ହାଇସ୍କୁଲରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାକ୍ତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ମିତ ଶିକ୍ଷକ ଭବନର ଉଦ୍‌‌ଘାଟନ କରିଥିଲେ। ଆଧ୍ୟାତ୍ମିକ ପ୍ରବଚକ ସନ୍ୟସୀ ଓଁକାରନାଥ ସରସ୍ୱତୀ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ତଥା ପରିବାରରେ ନୈତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ହିନ୍ଦ୍‌‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଏବଂ ଓଟିଏମ୍‌‌ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମମତା ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସୁଶିକ୍ଷା ପ୍ରଦାନ କରି ସେମାନଙ୍କୁ ଉତ୍ତମ ନାଗରିକ କରି ଗଢ଼ି ତୋଳିବା ଉପରେ ଆଲୋକପାତ କରିଥିଲେ। ସମ୍ପାଦକ ସୁକାନ୍ତ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘଦ୍ୱାରା ଆୟୋଜିତ ପ୍ରତିଭା ଚୟନ ପରୀକ୍ଷାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।

Comments are closed.