ପାଲା ଗାୟକ ମଣ୍ଡଳର ବାର୍ଷିକ ସମ୍ମିଳନୀ

ସାକ୍ଷୀଗୋପାଳ: ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ଉପଶାଖା ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ୬ଷ୍ଠ ବାର୍ଷିକ ସମ୍ମିଳନୀ ପବିତ୍ର ସିଦ୍ଧ ବକୁଳ ପୀଠରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ମଞ୍ଚ ଉପରେ ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା। ମଣ୍ଡଳର ସ୍ଥାୟୀ ସଭାପତି ତଥା ଉପଦେଷ୍ଟା ବିଶିଷ୍ଟ ଗାୟକ ଗୁରୁ, ଗବେଷକ, ଲେଖକ ଓ କବି ସଚ୍ଚିଦାନନ୍ଦ ମହାପାତ୍ରଙ୍କ ଶତାଧିକ ଶିଷ୍ୟ ପୂଜା କରି ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ।

ଅପରାହ୍ନରେ ଆୟୋଜିତ ସାଧାରଣ ସଭାରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଗାୟକ ଜ୍ଞାନସାଗର ଗୁରୁ ସଚ୍ଚିଦାନନ୍ଦ ମହାପାତ୍ର, ରାଜ୍ୟ ପାଲା ଗାୟକ ପରିଷଦର ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ପାଲା କଳାକାର ଓ ବୁଦ୍ଧିଜୀବୀଙ୍କୁ ସମ୍ବୋଧିତ କରିଥିଲେ। ପରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତୀ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସତ୍ୟବାଦୀ ପାଲା ଗାୟକ ମଣ୍ଡଳର ସଦସ୍ୟ ଗାୟକ ସମ୍ବିତ କୁମାର ବେହେରା, ଗାୟିକା କୁମୁଦିନୀ ନାୟକ ଓ ଗାୟକ ଜଗବନ୍ଧୁ ବିଶ୍ଵାଳ ବିଭିନ୍ନ ଅଧିବେଶନରେ ସହଯୋଗିତା ପାଲା ପରିବେଷଣ କରିଥିଲେ।

Comments are closed.