ଓଡିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ୮ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ଡେସ୍କ: କଟକ ଜିଲ୍ଲାରେ କାର୍ଯ୍ୟରତ ୮ ଜଣ ଶିକ୍ଷୟିତ୍ରୀ ଓଡିଶା ଶିକ୍ଷା ସେବା (ଓଇଏସ) ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ସେମାନଙ୍କୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ସେହି ଶିକ୍ଷୟିତ୍ରୀ ମାନେ ହେଉଛନ୍ତି ପ୍ରିୟଙ୍କା ବେହେରା, ଜ୍ୟୋତି ଷଡଙ୍ଗୀ, ମୋନାଲିସା ସରକାର, ଧୃତିଦ୍ବୀପା ପରିଡ଼ା, ଦୀପ୍ତିମୟୀ ସିଂ, ରଶ୍ମିତା ନାୟକ, ରୂପାଲି ସେନାପତି ଓ ଲୋପାମୂଦ୍ରା ରାଉତରାୟ। ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭବିଷ୍ୟତରେ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ନିଷ୍ଠାପର ଭାବେ କାର୍ଯ୍ୟରତ ହେବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ସଭାରେ କଟକର ୩ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ସନ୍ତୋଷ କୁମାର ରାଉତ, ସୋନାମିକା ରାୟ ଓ ଦୀପ୍ତିମୟୀ ଶୁଭଦର୍ଶିନୀ ମଧ୍ୟ କୃତି ଶିକ୍ଷୟିତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ କୁମାର ନନ୍ଦ, ସୁକାନ୍ତ କୁମାର ଷଡଙ୍ଗୀ, ପ୍ରମୋଦ କୁମାର ଦେ, ସୌଦାମିନୀ ଦାସ ଏବଂ କଟକ ଜିଲ୍ଲା ଏନପିଏସ ଶିକ୍ଷକ ସଂଘର ଶୁଭ୍ରଜିତ ପ୍ରତିହାରୀ, ଶୁଭ ସୁନ୍ଦର ପଣ୍ଡା, ବିଭୁଦତ୍ତ ବେହେରା, ଚନ୍ଦ୍ରକାନ୍ତ ଜେନା, ସୌଭାଗ୍ୟ ରଞ୍ଜନ ପାତ୍ର, ଜ୍ଞାନ ରଞ୍ଜନ ଦାସ, ଦେବରାଜ ସାହୁ, ଶୁଭକାନ୍ତ ସେଠି ଓ ଜ୍ଞାନ ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.