ପଛୁଆ ବର୍ଗ ସର୍ବେକ୍ଷଣ ପାଇଁ ପ୍ରଶିକ୍ଷଣ ଶିବିର

ପାଟଣା : ପାଟଣା ବ୍ଲକରେ ଓବିସି ଓ ଏସଇବିସି ସର୍ବେକ୍ଷଣ ପାଇଁ ଅଙ୍ଗନବାଡି କର୍ମୀ ଓ ପରିଦର୍ଶିକା ମାନଙ୍କୁ ୨ଟି ପର୍ଯ୍ୟାୟରେ ୬ ଦିନ ଧରି ତାଲିମ ପ୍ରଦାନ କରାଯାଇଛି । ଏପ୍ରିଲ ୧୦ ରୁ ୧୨ ଏବଂ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ନୋଡାଲ ଅଧିକାରୀ ଭାବେ ଭାବେ ପାଟଣା ବିଡ଼ିଓ ଶିବଶଙ୍କର ମୁର୍ମୁଙ୍କ ଉପସ୍ଥିତିରେ ପ୍ରଶିକ୍ଷକ ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ବଳ, ଏକାଉଣ୍ଟାଟ ପାର୍ବତୀ ସର୍ଦ୍ଦାର, ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ବିଡ଼ିଓ ଶିବଶଙ୍କର ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ସାମାଜିକ ଶିକ୍ଷାଗତ ପଛୁଆ ବର୍ଗ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଶିବିରାର୍ଥୀ ମାନଙ୍କୁ ତାଲିମ ଦିଆଯାଇଥିଲା। ବ୍ଲକ ଅଞ୍ଚଳରେ ୧୦୩ଟି କେନ୍ଦ୍ରରେ ମଇ ୧ ରୁ ୨୭ତାରିଖ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲିବ।

Comments are closed.