ଖରାଛୁଟିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା

ଭୁବନେଶ୍ବର: ଆସନ୍ତା ମେ’ ମାସ ୫ ତାରିଖରୁ ବିଦ୍ୟାଳୟଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ଖରାଛୁଟି ଅବଧିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା ଦିଆଯିବା ନେଇ ରୂପରେଖ ପ୍ରସ୍ତୁତ ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ, ଏଥିପାଇଁ ସ୍ୱତନ୍ତ୍ର ସିଲାବସ୍‌ (ପାଠ୍ୟ ଖସଡ଼ା) ରହିବ। ଛାତ୍ରଛାତ୍ରୀଙ୍କୁ ନେଇ ଦଳ (ଗ୍ରୁପ) କରାଯାଇଛି। ପ୍ରତି ଗ୍ରୁପର ତଦାରଖ କରିବେ ଜଣେ ଶିକ୍ଷକ। ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାଦ୍ବାରା ଛୁଟିରେ ବି ପିଲା ଶିକ୍ଷା ସହ ଜଡ଼ିତ ରହିବେ। ଗତବର୍ଷ ଏଲ୍‌ଆରପି କାର୍ଯ୍ୟକ୍ରମ ଭଳି ଏଥର ନୂତନ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୧ ତାରିଖରେ ଅଭିଭାବକ- ଶିକ୍ଷକ ବୈଠକ କରାଯିବ। ଏହି ନୂତନ ଶିକ୍ଷା ବ୍ୟବସ୍ଥା ବିଷୟରେ ବୈଠକରେ ଅବଗତ କରାଯିବ। ପ୍ରତି ୧୦ ଜଣ ପିଲାଙ୍କୁ ନେଇ ଜଣେ ଶିକ୍ଷକ ଶିକ୍ଷାଦାନ କରିବେ ବୋଲି ଜଣାପଡ଼ିଛି।

Comments are closed.