ଖୁଣ୍ଟାପଡାରେ ମୁନି ସମାଜର ସତସଙ୍ଗ

ପାଟଣା: ସାହାରପଡା ବ୍ଲକ ଖୁଣ୍ଟାପଡା ଗ୍ରାମରେ ମୁନି ସମାଜର ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଯୋଗାଚାର୍ଯ୍ୟ ମୀନକେତନ ମୁନି ସତ୍ୟ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ମୁନି ଓ ମୁନିମତି ମାନେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ। ସେ ଆୟୋଜକ ମାନଙ୍କୁ ପ୍ରଶଂସା କରିବା ସହ ଏଭିଳି କାର୍ଯ୍ୟକ୍ରମ ଦ୍ୱାରା ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗାଚାର୍ଯ୍ୟ କମଳା କାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଯୋଗାଚାର୍ଯ୍ୟା ଗୀତାଞ୍ଜଳି ପାଣିଗ୍ରାହୀ ଓ ଯୋଗାଚାର୍ଯ୍ୟ ଅନନ୍ତ ମୁନି ଯୋଗ ଦେଇ ସମାଜର ବିକାଶ ଦିଗରେ ବକ୍ତବ୍ୟ ରଖିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଖୁଣ୍ଟାପଡା ସମିତି ସଭ୍ୟ ନିରଞ୍ଜନ ଲୋହାର ଯୋଗ ଦେଇଥିଲେ। ଯୋଗ ଶିକ୍ଷିକା ଟିକିଲ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.