ନିଜିଗଡ଼ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ

ଆଠଗଡ଼: ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ନିଜିଗଡ଼ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ ଶୁକ୍ରବାର ସ୍ଥାନୀୟ ଭାଗୀରଥି ସାଗର ନିକଟରେ ଥିବା ଶ୍ରୀନାଥେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ତଥା ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଏହି ଅଧିବେଶନରେ ଯୋଗ ଦେଇଥିବା ସମାଜର ସଭ୍ୟମାନେ ବ୍ରାହ୍ମଣମାନଙ୍କୁ ସରକାର ଅଣଦେଖା କରୁଥିବାରୁ ସଭ୍ୟମାନେ ଅସନ୍ତୋଷ ଓ ଉଦ୍‌‌ବେଗ ପ୍ରକାଶ କରିଥିଲେ। ସେମାନେ ବ୍ରାହ୍ମଣମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ସଦସ୍ୟ ଶ୍ରୀଧର ରଥ ବ୍ରାହ୍ମଣ ସମାଜର ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକ ପାଇଁ ଏକ ଗୃହର ଆବଶ୍ୟକତା ଥିବା ମତପ୍ରକାଶ କରିବା ପରେ ଏହା ଉପରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ତାହା ଆଗାମୀ ଦିନରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସଭାପତି ପ୍ରକାଶ କରିଥିଲେ। ବରିଷ୍ଠ ସଦସ୍ୟ ବିଜନାନନ୍ଦ ମିଶ୍ର, ବିଚିତ୍ରାନନ୍ଦ ରଥ, ଜିତେନ୍ଦ୍ର ଶତପଥୀ, ପିତବାସ ମହାପାତ୍ର ଓ ଅନ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବ୍ରାହ୍ମଣ ସମାଜକୁ ଅଧିକ କ୍ରିୟାଶୀଳ କରିବା ଉପରେ ମତପୋଷଣ କରିଥିଲେ। ଏହି ଅବସରରେ ସଭାପତି ଭାବେ ଶ୍ରୀ ଦାଶଙ୍କୁ ପୁନର୍ବାର ମନୋନୀତ କରାଯାଇଥିବାବେଳେ ନୂତନ ସଂପାଦକ ଭାବେ ସଂଜୟ କୁମାର ରଥଙ୍କୁ ମନୋନୀତ କରାଯାଇଥିଲା। ବିଦାୟୀ ସଂପାଦକ ମନୋରଞ୍ଜନ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.