ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳର ବୈଠକ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର  ଭି.ଆର.ଓ଼ ଠାରେ ଲାଞ୍ଜିଗଡ ବ୍ଲକ ବିଜେଡି ପକ୍ଷରୁ ଆଗାମୀ ୨୦୨୪  ନିର୍ବାଚନକୁ ଆଖି ଆଗରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବ୍ଲକର ୨୬ ଗୋଟି ପଞ୍ଚାୟତର ବିଜୁ ଜନତା ଦଳର କର୍ମକର୍ତ୍ତା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ବିଜୁ ଜନତା ଦଳର ସଗଠନକୁ ବ୍ଲକରେ କିପରି ମଜବୁତ କରାଯିବ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା। ତୃଣମୂଳ ସ୍ତରରେ ବିଜୁ ଜନତା ଦଳ ଏବଂ ନବୀନ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ କିଭଳି ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବ ପାରିବ ତାହା ଉପରେ ଆଲୋଚନା ହେଇଥିଲା। ଉପସ୍ଥିତ ଦଳୀୟ କର୍ମୀମାନେ ନିଜ ନିଜର ମତ ତଖିଥିଲେ। ଏହି ବୈଠକରେ  ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର, ଉପାଧକ୍ଷ ସଂଜୀବ କୁମାର ନାୟକ, ଲାଞ୍ଜିଗଡ ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ଜୋନ-୧ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଜୋନ-୨ ସଭାପତି ଲକି ମାଝୀ ବିଜେଡି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ଲାଞ୍ଜିଗଡ ବ୍ଲକ ସମିତି ସଭ୍ୟ, ସଙ୍ଘର ସଭାପତି ଜଗଦୀଶ ବେନିଆ, ଭଟାଙ୍ଗପଦର ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ଲାଞ୍ଜିଗଡର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ ଯୁବନେତା ହିମାଦ୍ରୀ ପେସନିଆ, ତରୁଣ କୁମାର ଦାସ, ମନରଞ୍ଜନ ବିଶି, ଶ୍ରୀଧର ପେସନିଆ, ସୁବାସ ଚନ୍ଦ୍ର ଅଗ୍ରୱାଲ, ବନ ଦଳେଇ, ପାତ୍ର ମାଝୀ, ମୁରଲୀ ନାଏକ, ଟଙ୍କଧର ମାଝୀ, କୁନା ପରିଡା, ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.