ଜାଲିୱାନାୱାଲା ବାଗ୍‌ ଗୁଳିକାଣ୍ଡକୁ ୧୦୪ ବର୍ଷ

ଇତିହାସର ପୃଷ୍ଠାରେ ଜାଲିୱାନାୱାଲା ବାଗ୍‌ ଦେଶପ୍ରେମର ପୀଠ ଭାବେ ପରିଚିତ। ଏ ନରସଂହାର ଘଟଣାକୁ ୧୦୪ ବର୍ଷ ହୋଇଗଲାଣି, କିନ୍ତୁ ବ୍ରିଟିଶ୍ ଶାସକଙ୍କ ବର୍ବରତାକୁ ଭାରତୀୟମାନେ ଭୁଲିନାହାନ୍ତି। ୧୯୧୯ ଏପ୍ରିିଲ୍ ୧୩। ଇତିହାସ ପୃଷ୍ଠାରେ ଏହି ଦିନଟି ଶହ ଶହ ଦେଶପ୍ରେମୀଙ୍କ ରକ୍ତ ଛିଟାରେ ଲେଖାହୋଇଛି। ପଞ୍ଜାବର ଅମୃତସର ଜାଲିୱାନାୱାଲା ବାଗ୍‌ରେ ସେଦିନ ବୈଶାଖୀ ଉତ୍ସବ ପାଇଁ ଲୋକଙ୍କ ଭିଡ଼ ହୋଇଥାଏ। ବ୍ରିଟିଶ୍ ଶାସନରେ ସେ ସମୟରେ ସମସ୍ତେ ଭୟଭୀତ। ଗୋରା ସାହେବମାନେ ଉତ୍ସବ ପୂର୍ବରୁ ଘୋଷଣା କରିଥିଲେ, ଲୋକେ ଏକାଠି ହେବେନି କିମ୍ବା ପର୍ବକୁ ପାଳନ କରିବେନି। ଏଇ ଘୋଷଣା ସମସ୍ତଙ୍କ ପାଖେ ପହଞ୍ଚିପାରିନଥିଲା। ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଗଲେ। ସେସମୟରେ ପଞ୍ଜବାର ଲେଫଟେନାଣ୍ଟ ଗଭର୍ଣ୍ଣର ଥିବା ମାଇକେଲ୍ ଓ’ ଡାୟର ଲୋକମାନେ ଏପରି କରିବା ଦେଖି ଭୀଷଣ ରାଗିଗଲେ, ଭାରତୀୟଙ୍କୁ ଦଣ୍ଡ ଦେବା ପାଇଁ ସେ ତାଙ୍କ ଅଧୀନରେ ଥିବା କର୍ମଚାରୀଙ୍କୁ ନିର୍ଦେଶ ଦେଲେ। ଜାଲିୱାନାୱାଲା ବାଗ୍‌କୁ ଚାରିପାଖରୁ ଘେରି ଭିତରେ ଥିବା ନିରୀହ ଲୋକଙ୍କ ଉପରେ ଗୋରା ସୈନିକମାନେ ଗୁଳି ଚଳାଇଲେ। ହଜାରେରୁ ଅଧିକ ଜୀବନ ଚାଲିଗଲା।

Comments are closed.