ସମ୍ବଲପୁର ଘଟଣାର ଫେସବୁକରେ ପୋଷ୍ଟ ପରେ ଭଦ୍ରକ ଚୂଡ଼ାକୁଟି ପଞ୍ଚାୟତରେ ଉତ୍ତେଜନା

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନରେ ଥିବା ଚୂଡ଼ାକୁଟି ପଞ୍ଚାୟତରେ ଶନିବାର ରାତିରେ ଏକ ଫେସବୁକ ପୋଷ୍ଟକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଖବର ପାଇ ଧାମନଗର ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର ଓ ଥାନା ଅଧିକାରୀ ବନମାଳୀ ବାରିକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରୁଥିବା ବେଳେ ସେଠାରେ ବର୍ତ୍ତମାନ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଚୁଡାକୁଟି ସୋରିଷ ଡ଼ିହି ଗ୍ରାମର ସେକ ସମ୍ଭୁଙ୍କ ପୁଅ ସେକ ଅଜମିର ସମ୍ବଲପୁର ହିଂସା ଘଟଣାର ଫେସବୁକ ପୋଷ୍ଟକୁ ସେୟାର କରିଥିଲେ। ଯାହାକୁ ନେଇ ଉକ୍ତ ଅଂଚଳର ଚାପା ଉତେଜନା ସୃଷ୍ଟି ହୋଇଥିଲା। ତେବେ ଧାମନଗର ପୁଲିସ ଉକ୍ତ ଯୁବକକୁ ଅଟକ ରଖିଥିବା ଜଣାଯାଇଛି। ଅନ୍ୟପଟେ ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟ ରଖି ସମ୍ବଲପୁର ଘଟଣାକୁ ଫେସବୁକରେ ସେୟାର କରିଥିଲା ତାହାର ତଦନ୍ତ କରୁଛି ଧାମନଗର ପୁଲିସ। ତେବେ ବର୍ତ୍ତମାନ ସେଠାକାର ସ୍ଥିତି ସ୍ୱାଭାବିକ ଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୋକ ଗହଳି ସ୍ଥାନରେ ପଇଁତରା ମରାଯାଉଛି।

Comments are closed.