ଅର୍ନ୍ତରାଷ୍ଟ୍ରିୟ ମିଲେଟସ୍‌‌ ବର୍ଷ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବୌଦ୍ଧ: ବୌଦ୍ଧରେ ଅର୍ନ୍ତରାଷ୍ଟ୍ରିୟ ମିଲେଟସ୍‌‌ ବର୍ଷ ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲାପାଳ ସତ୍ୟରଂଜନ ସାହୁଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମିଲେଟସ ବର୍ଷ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୈଠକରେ ଓଡ଼ିଶା ମିଲେଟସ ମିଶନ କାର୍ଯ୍ୟକ୍ରମ ସଂଯୋଜକ ମିଲେଟସ୍‌‌ ବର୍ଷ ୨୦୨୩ର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମର ବଜେଟ ଉପସ୍ଥାପନ କରିଥିଲେ। ଆଗାମୀ ସମୟ ମିଲେଟସକୁ ସ୍ମାର୍ଟ ଖାଦ୍ୟ ଓ ଶ୍ରୀଅନ୍ନ ରୂପେ ପ୍ରସାର ଆଦୃତ କରାଯିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଜନାଭିମୁଖୀ କରିବା ପାଇଁ ଜିଲାପାଳ ଶ୍ରୀଯୁକ୍ତ ସାହୁ ବୈଠକରେ ପରାମର୍ଶ ଦେଇଥିଲେ। ମିଲେଟସ ବା କ୍ଷୁଦ୍ର ଖାଦ୍ୟଶସ୍ୟର ଉତ୍ପାଦନ କୃଷକ ପାଇଁ ଉତ୍ତମ ଆୟ ଓ ମିଲେଟସରୁ ପ୍ରସ୍ତୁତ ଖାଦ୍ୟ ଉତ୍ତମ ସ୍ୱାସ୍ଥ୍ୟ ଓ କୁପୋଷଣ ଦୂର କରିବାରେ ସହାୟକ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଆଗାମୀ ସପ୍ତାହରେ ଜିଲା ସଦର ମହକୁମା, ବ୍ଲକ ମହକୁମା ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କୁଇଜ୍‌‌, ମିଲେଟସ ପ୍ରସ୍ତୁତି ଖାଦ୍ୟ ପ୍ରତିଯୋଗିତା, ମିଲେଟସ ଖାଦ୍ୟ ଟେଷ୍ଟିଂ, ଖେଳକୁଦ ପ୍ରତିଯୋଗିତା, ମିଲେଟସ ମାତୃ ଚୟନ, ଜନପ୍ରତିନଧିଙ୍କ ସମ୍ମିଳନୀ ଇତ୍ୟାଦି ଆୟୋଜନ କରାଯିବାକୁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା।

Comments are closed.