ସଙ୍ଗୀତକାର ଚିନ୍ମୟ ସମ୍ବର୍ଦ୍ଧିତ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ବାସିନ୍ଦା ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶ ସମ୍ବର୍ଦ୍ଧିତ ହୋଇଛନ୍ତି। ପଣ୍ଡାଳମ ବାଙ୍କୀ କଟକ ଠାରେ ଶ୍ରୀ ଲୋକନାଥ ନାଟ୍ୟ ସଂସଦର ବାର୍ଷିକ ଉତ୍ସବରେ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶଙ୍କ ସହ କେନ୍ଦୁଝରର ବିଭୂନ୍ କୁମାର ସାହୁ ଏବଂ କଣ୍ଠଶିଳ୍ପୀ ଅଭିଷେକ ରାଉତ ସମ୍ବର୍ଦ୍ଧିତ ହୋଇଛନ୍ତି। ନାଟ୍ୟ ସଂସଦର ସଭାପତି ପିତବାସ ପଣ୍ଡା ଏବଂ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନପତ୍ର, ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନା ଯୋଗ୍ୟ ଯେ ଯୁବ ବୟସରୁ ସଙ୍ଗୀତ ସାଧନା କ୍ଷେତ୍ରରେ ନିମଗ୍ନ ଚିନ୍ମୟଙ୍କ ଯୋଗୁ ସଙ୍ଗୀତ କ୍ଷେତ୍ରରେ ବହୁ ନୂଆ କଳାକାର ଓ ଆଧୁନିକ ଗୀତ ଲୋକ ଲୋଚନକୁ ଆସିପାରିଛି।

Comments are closed.