ପୋଖରୀରେ ବୁଡି ଶିଶୁକନ୍ୟାର ମୃତ୍ୟୁ

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଭିରୁଡା ପରିଡାସାହି ବଧି ପୋଖରୀରେ ବୁଡ଼ି ଆଠ ବର୍ଷର ଶିଶୁ କନ୍ୟାର ମୁତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଉକ୍ତ ଗ୍ରାମର ଲକ୍ଷ୍ମୀଧର ପରିଡାଙ୍କ ୮ ବର୍ଷର ଝିଅ ପ୍ରୀତି। ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ ଲକ୍ଷ୍ମୀଧରଙ୍କ ଝିଅ ଆଜି ସ୍ଥାନୀୟ ବଧି ପୋଖରୀକୁ ଗାଧୋଇବାକୁ ଯାଇ ଅସବାଧନତା କାରଣରୁ ପାଣିରେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପ୍ରୀତିଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ପ୍ରୀତିଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେଠାରେ ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ କରାଯଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସନ୍ଧ୍ୟାରେ ଗ୍ରାମ ଶ୍ମଶାନରେ ପ୍ରୀତିଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏନେଇ ଗାଁରେ ଏନେଇ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.