ଅହଙ୍କାରର ପ୍ରତୀକ ରାବଣ ବଧ ସହ ବୌଦ୍ଧର ରାମଲୀଳା ଯାତ୍ରା ଉଦଯାପିତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ରାମଲୀଳା ନାଟ୍ୟସଂସଦ ପକ୍ଷରୁ ସ୍ଥାନୀୟ ମାରୁତୀ ମଣ୍ଡପ ଠାରେ ଦୀର୍ଘ ୧୮ ଦିନ ଧରି ଚାଲି ଆସୁଥିବା ବୌଦ୍ଧଗଡ଼ଜାତର ଗଣପର୍ବ ରାମଲୀଳା ଯାତ୍ରା ଶନିବାର ଉଦଯାପିତ ହୋଇଛି। ଅନ୍ତିମ ଦିନରେ ରାବଣ ବଧ ନାଟକ ପରିବେଷଣ ହୋଇଥିଲା। ଏହି ଯାତ୍ରାରେ ମର୍ଯ୍ୟାଦା ପୁରୁଷତ୍ତୋମ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଲୀଳାକୁ ନାଟକ ଭାବରେ ପର୍ଯ୍ୟାୟ କ୍ରମେ ରାମଜନ୍ମ ଠାରୁ ରାବଣ ବଧ ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା। ଯାହାକୁ ଦେଖିବା ପାଇଁ ପ୍ରତ୍ୟେହ ହଜାର ହଜାର ଦର୍ଶକ ସହରର ମାରୁତୀ ମଣ୍ଡପକୁ ଆସିଥିଲେ।

ଦୀର୍ଘ ୧୮ ଦିନ ଧରି ଅନୁଷ୍ଠାନର ଛୋଟବଡ କଳାକାର ମାନେ ଅତ୍ୟନ୍ତ କାଷ୍ଠା ଓ ନିଷ୍ଠାର ସହ ରହି ପ୍ରତ୍ୟେକ ମଣିଷକୁ ଆଧ୍ୟାତ୍ମିକ ମାର୍ଗଦର୍ଶନ କରାଇଥାନ୍ତି। ଅନ୍ତିମ ଦିନ ରାବଣ ବଧ ଯାତ୍ରାକୁ ଖୁବ ଯାକଯମକରେ ପାଳନ କରାଯାଇଥିଲା। ଯାହାକୁ ନେଇ ସହର ଉତ୍ସବ ମୁଖର ହୋଇ ଉଠିଥିଲା। ଜିଲ୍ଲାର ବିଭିନ୍ନ ପଂଚାୟତ ତେଲିବନ୍ଧ, କାଶଲପୁର, ଧୁଡୁରବାହାଲ, ପୋଲାମ, ଗୋବିନ୍ଦପୁର, ସରସରା, ବାମଣ୍ଡା, ବିରିଗଡ଼,କେଳକେଟା ଅଞ୍ଚଳରୁ ନଅ ଗୋଟି ସୁସଜ୍ଜିତ ରାବଣରଥ ବିରାଟ ପଟୁଆରରେ ଆସି ବୁଟୁପାଲିଠାରେ ଥିବା ହାଇସ୍କୁଲ ପଡ଼ିଆରେ ଏକତ୍ରୀତ ହୋଇଥିଲେ। ସେଠାରୁ ବୌଦ୍ଧର ମୁଖ୍ୟ ରାବଣ ରଥ ସହ ଏକତ୍ରିତ ହୋଇ ସମସ୍ତ ରଥ ଏକା ସଙ୍ଗରେ ଏକ ବିରାଟ ପଟୁଆରରେ ବାହାରିଥିଲେ। ସେଠାରୁ ସମସ୍ତ ରାବଣ ରଥ ଏକତ୍ରୀତ ହୋଇ ଯୁଦ୍ଧ ବାଦ୍ୟ ଓ ବିଭିନ୍ନ ସୁଆଙ୍ଗ ନୃତ୍ୟ ସହ ଯୁଦ୍ଧ ଯାତ୍ରା ଆରମ୍ଭ କରିଥିଲେ। ସମସ୍ତ ରାବଣ ରଥ ଗୁଡିକ ସେଠାରୁ ବୁଟୁପାଲି, ହାତୀଶାଳ ଛକ ଦେଇ ଜିଲ୍ଲା ଷ୍ଟାଡିୟମ ଠାରେ ପହଞ୍ଚିଥିଲେ।

ସେହି ପରି ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରଥ ବାନରସେନା ସହ ରାମେଶ୍ୱର ମନ୍ଦିର ଠାରୁ ବାହାରି ପୁରୁଣା ବ୍ଲକ ଛକ, ଡେଲିମାର୍କେଟ, ପୋଡାପୋଡା, ନୂଆସାହି ଦେଇ ଜିଲ୍ଲା ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ସେଠାରେ ମୁକ୍ତ ଆକାଶ ରଙ୍ଗମଂଚରେ ପ୍ରଭୂ ଶ୍ରୀରାମ ଓ ବାନର ସେନା ସହିତ ଦଶଗୋଟି ରାବଣ ମଧ୍ୟରେ ପ୍ରଥମ ସମର ଅନୁଷ୍ଠିତ ହୋଇଥିଲା। ଉଭୟ ସେନା ମଧ୍ୟରେ ସମ୍ମୁଖ ଯୁଦ୍ଧ ସାଙ୍ଗକୁ ସେଠାରେ ଆତସବାଜି କାର୍ଯ୍ୟକ୍ରମ ସାଙ୍ଗକୁ ଷ୍ଟାଡିୟମ ଠାରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତିରାଜ, ପାନିୟଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଜ୍ୟୋତିରଂଜନ ବହିଦାର ଯୋଗ ଦେଇଥିଲେ। ରାମଳୀଳା ନାଟ୍ୟ ସଂସଦର ସଭାପତି ତଥା ବୌଦ୍ଧଗଡ଼ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ମନୋଜ ସାହୁ ବିବରଣୀ ପାଠ କରିଥିଲେ। ଷ୍ଟାଡିୟମ ଠାରେ ଅନୁଗୁଳରୁ ଆସିଥିବା ମେଲଡି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ଉଭୟ ରଥ ସହରର ଅଲଗା ଅଲଗା ରାସ୍ତାଦେଇ ବାଘଗୁଡା ଛକଠାରେ ପହଞ୍ଚି ଥିଲା। ସେଠାରେ ଉଭୟ ସେନା ମଧ୍ୟରେ ଦ୍ୱିତୀୟ ମହାସମର ଅନୁଷ୍ଠିତ ହୋଇଥିଲା। ତା ସହିତ ସେଠାରେ ଆତସବାଜି ଓ ସମ୍ବଲପୁର ମେଲଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରୁ ଉଭୟ ରାମଚନ୍ଦ୍ରଙ୍କ ରଥ ଓ ରାବଣ ରଥ ଯାତ୍ରା ପଡ଼ିଆରେ ପହଂଚି ଥିଲେ। ରାମଲୀଳା ଯାତ୍ରା ପଡ଼ିଆଠାରେ ସମସ୍ତ ରାବଣ ସହିତ ପ୍ରଭୂ ଶ୍ରୀରାମଙ୍କ ଯୁଦ୍ଧ ହୋଇଥିଲା। ପରେ ରାବଣ ବଧ ନାଟକ ପରିବେଷଣ ହୋଇଥିଲା। ଶ୍ରୀରାମଙ୍କ ଦ୍ୱାରା ବ୍ରହ୍ମାସ୍ତ୍ର ପ୍ରୟୋଗ ପରେ ଅହଙ୍କାରର ପ୍ରତୀକ ରାବଣ ବଧ ସହିତ ୩୦ ଫୁଟ ଉଚ୍ଚ ବିଶିଷ୍ଟ ଦଶ ମୁଣ୍ଡିଆ ରାବଣ ପ୍ରତିମୂର୍ତ୍ତିକୁ ଅଗ୍ନି ସଂଯୋଗ କରାଯାଇଥିôଲା। ସମର ଶୋଭାଯାତ୍ରାରେ ବଲାଙ୍ଗିର ଓ ବିନିକାର ଘଣ୍ଟବାଦ୍ୟ, ଦୁଲଦୁଲି, ଗଂଜାମ ଜିଲ୍ଲାର ବାଘନୃତ୍ୟ, ଦଶବତାର, ରଣପା, ଖୋର୍ଦ୍ଧାର ପାଇକ ଆଖଡା, ବୌଦ୍ଧ ଜିଲ୍ଲାର ଦୁଦୁଲି ଓ ବିଭିନ୍ନ ଅଂଚଳର ନାମ ସଂକୀର୍ତ୍ତନ ମଣ୍ଡଳି ଯୋଗଦେଇଥିଲେ। ସେହିପରି କଚେରୀ ପଡ଼ିଆ ଠାରେ ମୀନାବଜାର ଚାଲିଥିବା ବେଳେ ସମ୍ବଲପୁର ମେଲଡି ଅନୁଷ୍ଠିତ ହୋଇଥିଲା। ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ ହୋଇଥିଲା। ଏହି ଯୁଦ୍ଧକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଲୋକ ସମ୍ବିଳିତ ହୋଇଥିଲେ।

Comments are closed.