ଉଡାଯାତ୍ରା ପାଇଁ ଠାକୁରମୁଣ୍ଡା ଉତ୍ସବ ମୁଖରିତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଉଡାଯାତ୍ରା ବେଶ ଓଡିଶା ପ୍ରସିଦ୍ଧ। ଶହଶହ ବର୍ଷ ଧରି ପାରମ୍ପରିକ ବିଶ୍ୱାସ ଓ ଧାର୍ମିକ ଭାବନାରେ ଏହି ଯାତ୍ରା ପାଳିତ ହୋଇଥାଏ। ଏହା ପ୍ରତି ବର୍ଷ ପଣାସଂକ୍ରାନ୍ତୀ ବା ମହାବିଷୁବ ପଣା ସଂକ୍ରାନ୍ତି (ଏପ୍ରିଲ୧୪) ରାତିରେ ସମ୍ପନ୍ନ ହୋଇଥାଏ। ଏହାର ନିଆର ଢ଼ଙ୍ଗ ଓ ସ୍ବତନ୍ତ୍ରତା ପାଇଁ ବହୁ ଦୂରଦୂରାନ୍ତରୁ ହଜାର ହଜାର ଦର୍ଶକ ତଥା ଭକ୍ତଙ୍କ ଭିଡ ଜମିଥାଏ। ପଣାସଂକ୍ରାନ୍ତୀର ୧୧ଦିନ ପୂର୍ବରୁ ଭକ୍ତାମାନେ ଆସି ମା ବାସୁଳୀଙ୍କ ପୀଠରେ ପହଞ୍ଚି ଥାଆନ୍ତି। ଘରୁ ଆସିବା ପରେ ମନ୍ଦିରରେ ରହିବା ସହ ମନ୍ଦିରର ରିତିନୀତୀ ବା ପୂଜା ନୀତି ପାଳନ କରିଥାନ୍ତି। ଦିନଯାକ ଉପବାସ କରି ନିଶବ୍ଦ ରାତିରେ ଅରୁଆ ଅନ୍ନ ଭୋଜନ କରନ୍ତି। ଭୋଜନ ବେଳେ କୌଣସି ଶବ୍ଦ ହେଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଘ୍ନ ହେଲେ ଖାଇବା ବନ୍ଦ। ଏଭଳି ନିଷ୍ଠାର ସହ ରହିବାପାଇଁ ପଡିଥାଏ। କେବଳ ଆଦିବାସୀ ଓ ହରିଜନମାନେ ହିଁ ଭକ୍ତା ହୋଇଥାଆନ୍ତି।

ମା ବାସୁଳୀଙ୍କର ପ୍ରମୁଖ ଭୋଗ ହେଲା ଭକ୍ତା। ମା’ଙ୍କ ଠାରେ ମନସ୍କାମନା କରିଥାନ୍ତି। ମନସ୍କାମନା ପୂରଣ ହେଲେ ଭକ୍ତମାନେ ଭୋଗ ସ୍ବରୂପ ଭକ୍ତା ଭୋଗ ଲଗାଇ ଥାଆନ୍ତି। ଏଥିପାଇଁ ଜଣେ ଭକ୍ତା ପାଇଁ ୨୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡିଥାଏ।

ଚଳିତ ବର୍ଷ ୫୭ଜଣ ଭକ୍ତା ମା ବାସୁଳୀଙ୍କ ପୀଠରେ ଉଡିବାର ଜଣାପଡିଛି। ୧୩ ତାରିଖ ଦିନ ସଂନ୍ଧ୍ୟାରେ ମା‘ ବାସୁଳୀ ମନ୍ଦିର ପରିସରରେ ଠାକୁରମୁଣ୍ଡା ଅଞ୍ଚଳର ଶହଶହ ଶ୍ରଧାଳୁ ଭକ୍ତ ଆସି ଜାଗର ଜାଳିଥାଆନ୍ତି। ପଣାସଂକ୍ରାନ୍ତୀ ଦିନ ଉଡା ପର୍ବର ପୂଜା କାର୍ୟ୍ୟ ସରିବା ପରେ ଭକ୍ତାମାନଙ୍କର ପିଠିରେ ଦୁଇଟି ଅଙ୍କୁଶାକୃତି କଣ୍ଟା ଫୋଡା ଯାଇଥାଏ। ସେହି କଣ୍ଟାକୁ ଦଉଡିରେ ବନ୍ଧା ହୋଇ ଏକ ଦଣ୍ଡାରେ ଗୋଟିଏ ପାର୍ଶ୍ଵରେ ବନ୍ଧା ହୁଏ ଏବଂ ଅନ୍ୟ ପାର୍ଶ୍ଵରେ ଏକ ଦୌଡି ବନ୍ଧା ଯାଏ। ମଝିରେ ଥାଏ ୧୮ ଫୁଟ ଉଚ୍ଚର ଖୁଣ୍ଟଟିଏ। ଗୋଟିଏ ପାର୍ଶ୍ୱରେ ଦୌଡ଼ିକୁ ଲୋକମାନେ ବୁଲାଇଥାନ୍ତି, ଅନ୍ୟ ପଟେ ପିଠିରେ ଫୋଡା ହୋଇଥିବା କଣ୍ଟାର ଦୌଡ଼ି ସାହାଯ୍ୟରେ ଭକ୍ତାମାନେ ଆକଶ ମାର୍ଗରେ ଉଡି ପୁଷ୍ପ ବୃଷ୍ଟି କରିଥାଆନ୍ତି। ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଦର୍ଶକ ଚାତକ ପରି ଚାହିଁ ବସିଥାଆନ୍ତି।

Comments are closed.