ରେଙ୍ଗଟୁ ମାଳି ଏସଏସ ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ଥିତ ଖେଳପଡିଆଠାରେ ସ୍ବର୍ଗତ ରେଙ୍ଗଟୁ ମାଳି ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ବାଣୀପଙ୍ଗା ଓ ଚଣାଲିମା ଦଳ ମଧ୍ୟରେ ହୋଇଥିଲା।ଚଣାଲିମା ଦଳ ପ୍ରଥମେ ଟସ ଜିତି ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବାଣୀପଙ୍ଗା ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୯୯ ରନ୍ କରିଥିବା ବେଳେ ଜବାବରେ ଚଣାଲିମା ଦଳ ୨ ଉଇକେଟ୍ ବିନିମୟରେ ୧୦୦ ରନ୍ କରି ଚାମ୍ପିଅନ୍ ହୋଇଥିଲେ। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବସନ୍ତପଡା ସରପଞ୍ଚ ଚାଂଚେର ମାଝୀ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ରାଜେନ୍ଦ୍ର ମାଳି, ବେଦାନ୍ତ ପକ୍ଷରୁ ଭଗବାନ ହୋତା, ଶ୍ରୀମୁଖ ଅଗସ୍ତି, ଅନନ୍ତ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.