ଶିମିଳିପାଳରେ ଆଉ ଏକ ହାତୀର ମୃତ୍ୟୁ

ଠାକୁରମୁଣ୍ଡା: ଶିମିଳିପାଳ ଅଭୟାରଣ୍ୟ ଅନ୍ତର୍ଗତ କପ୍ତିପଦା ବନାଞ୍ଚଳ ଶରତ ନିକଟବର୍ତ୍ତି ପଦ୍ମପୋଖରୀ ଗ୍ରାମରେ ଏକ ଯୁବ ହାତୀର ମୃତ ଦେହ ଠାବ ହୋଇଛି। କପ୍ତିପଦା ବନାଞ୍ଚଳର ଶାରୀଶୁଆଁ ସେକ୍ସନ ରାଇପାଳ ବିଟ ବାରିକ ବାଘଧରା ସାହି ନିକଟରେ ହାତୀ ମରି ପଡିଥିବା ନଜରକୁ ଆସିଛି। ତେବେ ହାତୀର ଦୁଇଟି ଯାକ ଦାନ୍ତ ସୁରକ୍ଷିତ ଉଦ୍ଧାର ହୋଇଛି। ଆଜି ମୃତ ହାତୀର ବ୍ୟବଛେଦ ହେବ ବୋଲି ବାରିପଦା ଡ଼ିଏଫଓ ସୂଚନା ଦେଇଛନ୍ତି।

Comments are closed.