‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ବିଜେଡ଼ି

ଭୁବନେଶ୍ବର: ରବିବାର ବିଜେଡ଼ି ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ନବୀନ ନିବାସରେ ‘ମୋ ପରିବାର’ ବୈଠକ ପରେ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରାଯାଇଛି। ବିଜେଡ଼ି ନେତା ତଥା ଏହି କାର୍ଯ୍ୟକ୍ରମର ଆବାହକ ଅରୂପ ପଟ୍ଟନାୟକ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

ତାଙ୍କ କହିବାନୁସାରେ, ‘ମୋ ପରିବାର’ ୩ଟି ବିଭାଗ ଉପରେ କାର୍ଯ୍ୟ କରିବ। ପରିବେଶ ସୁରକ୍ଷା, ସ୍ବାସ୍ଥ୍ୟ ଓ ପ୍ରବାସୀ ଓଡ଼ିଆଙ୍କୁ ସହାୟତା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଏହି ୩ ବିଭାଗର ଦାୟିତ୍ବ ୩ ନେତାଙ୍କୁ ହସ୍ତାନ୍ତର କରାଯାଇଛି। ପରିବେଶ ସୁରକ୍ଷା ଦାୟିତ୍ବ ସାଂସଦ ପିନାକୀ ମିଶ୍ର ବୁଝିବେ। ସେହିପରି ପ୍ରବାସୀ ଓଡ଼ିଆ ଦାୟିତ୍ବ ସାଂସଦ ଚନ୍ଦ୍ରଶେଖର ସାହୁ ଓ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ବିଧାୟକ ଅତନୁ ସବ୍ୟସାଚୀ ବୁଝିବେ। ତେବେ ଏହା ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ବୋଲି ଅରୂପ କହିଛନ୍ତି। ଏଥିରେ ଏକ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି।

Comments are closed.