ଓଡ଼ିଶା ମୋ ପରିବାର ସହାୟତାରେ କେରଳରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବଡ଼କୋଦଣ୍ଡର ୨୨ ବର୍ଷୀୟ ଯୁବକ ଭିକାରୀ ନାୟକ କେରଳରେ ରହି ଦିନମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଏକ ନିର୍ମାଣାଧୀନ କୋଠାରେ କାମ କରୁଥିବାବେଳେ କାନ୍ଥ ଭୁସୁଡ଼ି ପଡ଼ିବାରୁ ତାଙ୍କର ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଭିକାରୀଙ୍କୁ ନିକଟସ୍ଥ ତ୍ରିଶୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଗତ ୧୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ତେବେ ମୃତଦେହକୁ କିପରି ନିଜ ଗାଁକୁ ଫେରାଇ ଆଣିବେ ସେନେଇ ଅସହାୟ ପରିବାର ଲୋକେ ଓଡ଼ିଶା-ମୋ ପରିବାରର ସହାୟତା ଲୋଡ଼ିଥିଲେ। ଓଡ଼ିଶା ମୋ ପରିବାର ତତକ୍ଷଣାତ ମୃତଦେହକୁ ବିମାନ ଯୋଗେ କେରଳରୁ ଓଡ଼ିଶା ଫେରାଇ ଆଣିବାକୁ ପଦକ୍ଷେପ ନେଇଥିଲା । ଭିକାରୀଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ମୃତଦେହକୁ ତାଙ୍କ ଗାଁ ବଡ଼କୋଦଣ୍ଡକୁ ପଠାଇ ଦେଇଥିଲେ।

Comments are closed.