କରୋନା ମୁକ୍ତ ହେଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ଵର : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ମୁକ୍ତ ହୋଇଛନ୍ତି। ନିଜେ ମନ୍ତ୍ରୀ ଶ୍ରୀସିଂହ ଏ ସଂପର୍କରେ  ସୂଚନା ଦେଇଛନ୍ତି। ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଯୋଗୁଁ ସେ ଆରୋଗ୍ୟ ଲାଭ କରିଥିବା ଟ୍ବିଟ କରି ଜଣାଇଛନ୍ତି। ଆରୋଗ୍ୟ ଲାଭ କରିବା ପରେ ରବିବାର ସେ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଇଥିବା ଟ୍ବିଟରେ ଲେଖିଛନ୍ତି।

ସୂଚନା ଯୋଗ୍ୟ ଗତ ୧୭ ତାରିଖରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ କରୋନା ରିପୋର୍ଟ ପଜିଟିଭ ଜଣା ପଡିଥିଲା। ପରେ ସେ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିଲେ। ସମସ୍ତଙ୍କ ପ୍ରାର୍ଥନା, ଶୁଭକାମନା ଏବଂ ଉତ୍ସାହ ଯୋଗୁଁ ସେ କରୋନାକୁ ପରାସ୍ତ କରିଛନ୍ତି ବୋଲି କହିଛନ୍ତି।

Comments are closed.