ପୁଷ୍ଟି ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ 

ନବରଙ୍ଗପୁର :  ନବରଙ୍ଗପୁର ଗୋବିନ୍ଦ।ଳୟ ପକ୍ଷରୁ , ଓଡିଶା ମିଲେଟ୍ ମିଶନ ସହାୟତାରେ ସୋମବାର ବ୍ଲକ କାର୍ଯ୍ୟାଳୟ ନବରଙ୍ଗପୁର ପରିସରରେ  କ୍ଷୁଦ୍ରଶସ୍ୟ ଜାତୀୟ ପୃଷ୍ଟି ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମେଳାରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଉଦଘାଟନ  କରିଥିଲେ ଏବଂ  ପୃଷ୍ଟିଶସ୍ୟ ଜାତୀୟ ଖାଦ୍ୟ କିପରି ଛୋଟ ଶିଶୁ ମାନେ ପାଇବେ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ ଅଙ୍ଗନୱାଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର  ଏହି ମେଳାରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମେଳାରେ ବହୁ ସଂଖ୍ୟା ରେ ଅଙ୍ଗନୱାଡି କର୍ମୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ଯୋଗ ଦେଇ ଥିଲେ । ଏହି ଖାଦ୍ୟ ମେଳା ଅନୁଷ୍ଠାନ ର କର୍ମକର୍ତ୍ତା ସୁରେନ୍ଦ୍ର ଜୁଏଡ଼, ନବୀନ ମହୁରିଆଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ପରିଚାଳନା  ହୋଇଥିଲା ।

Comments are closed.