ଏପ୍ରିଲ ୫ରୁ ରାଜ୍ୟରେ ନିମ୍ନ ଅଦାଲତ ହେବ ସକାଳୁଆ

କଟକ: ଏପ୍ରିଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ସକାଳ ୭ଟା ୩୦ରେ କୋର୍ଟ କାର୍ଯ୍ୟ ଆରମ୍ଭ ହେବ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ଏପରି ସକାଳ କୋର୍ଟ ବ୍ୟବସ୍ଥା ଜାରି ରହିବ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଓ ପୁରୀ ସଦରକୁ ଏହି ବ୍ୟବସ୍ଥାରୁ ବାଦ ଦିଆଯାଇଥିବା ଜଣାପଡିଛି।

Comments are closed.