କୋଟଗଡରେ ବ୍ଲକ ସ୍ତରୀୟ ଓଡିଶା ଲୋକସେବା ଅଧିକାର ଆଇନ- ୨୦୧୨  ଅନୁଷ୍ଠିତ

0

କୋଟଗଡ : କୋଟଗଡରେ ବ୍ଲକ ସ୍ତରୀୟ ଓଡିଶା ଲୋକସେବା ଅଧିକାର ଆଇନ- ୨୦୧୨  ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ ଓ ମହିଳା ଅଧିକାରୀ, ଶିକ୍ଷା ଅଧିକାରୀ, କୃଷି ଅଧିକାରୀ, ପ୍ରାଣୀସେବା ଅଧିକାରୀ ଏବଂ ପଞ୍ଚାୟତ ସମିତି ଆଦି ବିଭିନ୍ନ ବିଭାଗ ପାଇବାକୁ ଥିବା ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। କୋଟଗଡ ତହସିଲଦାର ଲକ୍ଷ୍ମଣ ସୋରେନ, ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ, ଅତିରିକ୍ତ ତହସିଲଦାର ସୌମ୍ୟରଂଜନ ସାହୁ, ଡ.ବିଜୟ କୁମାର ପ୍ରଧାନ, ସମିତି ଅଧ୍ୟକ୍ଷା ସବିତା ମଲିକ, ଉପଧ୍ୟକ୍ଷ ଜି.ଭି.ରମଣପାନ୍ତୁଲୁ ରାଓ, ଜିଲା ପରିଷଦ ସଭ୍ୟା ଲୁର୍ଦୁ  ପ୍ରଧାନ, ଏଇଓ ବୈକୁଣ୍ଠ ସାହୁ ସମେତ ବହୁ ଅଧିକାରୀ ଆଇନ ଅଧିକାର ସମ୍ପର୍କରେ ସରପଞ୍ଚ, ସମିତିସଭ୍ୟ ଏବଂ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

Leave A Reply