ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ନେଇ ଆଇନ ମନ୍ତ୍ରୀଙ୍କ କୃତଜ୍ଞତା

କରୋନା ଜନିତ କଟକଣା ଏବଂ ଶେଷ ମୁହୂର୍ତ୍ତରେ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ପରେ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ କହିଛନ୍ତି ଯେ ତାଙ୍କ ଘୋଷଯାତ୍ରା ଯେମିତି ହେଲା ସାରା ବିଶ୍ୱ ଦେଖିଲା। ମହାପ୍ରଭୁଙ୍କ ଇଛାରେ ତାଙ୍କ ଯାତ୍ରା ସୁରୁଖୁରୁରେ ହୋଇପାରିଛି। ପ୍ରତିଟି କାର୍ଯ୍ୟରେ ଆମ ସେବାୟତ ବନ୍ଧୁ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ସର୍ବୋପରି ପୁରୀର ଜନସାଧାରଣ ସମସ୍ତଙ୍କର ସକ୍ରିୟ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ପିତ ମନୋଭାବ ପ୍ରଶାସନକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିଛି।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଯୋଜନା ବୋର୍ଡ ଉପଧାକ୍ଷଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପୁରୀରେ କ୍ୟାମ୍ପ କରି ରଥଯାତ୍ରା ଅନୁଧ୍ୟାନ କରୁଛନ୍ତି।

Comments are closed.