ଓଡିଶା ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆସୋସିଏସନ୍ର ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର: ଓଡିଶା ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆସୋସିଏସନ୍ର ବାର୍ଷିକ ସାଧାରଣ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆସୋସିଏସନ୍ ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ସଭାପତି ଭାବେ ନିବାସ ତ୍ରିପାଠୀ, ଉପ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ସମ୍ପାଦକ ରାକେଶ କୁମାର ମହାପାତ୍ର , ସହ ସମ୍ପାଦକ ଦେବାଶିଷ ତ୍ରିପାଠୀ ଓ କୋଷାଧ୍ୟକ୍ଷ ଭାବେ ସଂଜୟ ସିଂ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ପ୍ରତିନିଧିମାନେ ଆସନ୍ତା ୨ ବର୍ଷ ପାଇଁ ଦାୟିତ୍ବ ସମ୍ପାଦନା କରିବେ ବୋଲି ଓଡ଼ିଶା ଇନ୍ଫର୍ମେସନ୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି।