ଜଷ୍ଟିସ ରଫିକ୍‌ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି !

ନୂଆଦିଲ୍ଲୀ : ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ୍‌ ରଫିକ୍‌ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ। ଖୁବ୍‌ ଶୀଘ୍ର ସୁପ୍ରିମକୋର୍ଟ କଲେଜିୟମ୍‌ ଏନେଇ ନିଷ୍ପତ୍ତିଗ୍ରହଣ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ କିଛି ଦିନ ଧରି ଖାଲି ପଡ଼ିଛି ଏବଂ ବରିଷ୍ଠତମ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ଜଷ୍ଟିସ୍‌ ରଫିକ ରାଜସ୍ଥାନର ଚୁରୁଜିଲା ଅନ୍ତର୍ଗତ ସୁଜନଗଡ଼ରେ ୧୯୬୦ ମେ ୨୫ରେ ଜନ୍ମ ଗ୍ରହଣ କରିଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ଜଣେ ବିଚାରପତି ଭାବେ କାର୍ଯ୍ୟ କରିବା ସହ ଦୁଇ ଥର ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୯ ନଭେମ୍ବରରେ ତାଙ୍କର ମେଘାଳୟ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲା।

Comments are closed.