ହାଇକୋର୍ଟରେ ଶୀତ ଅବକାଶ : ୨ରେ ଖୋଲିବ

0

କଟକ : ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଜାନୁଆରୀ ୨ ତାରିଖରେ କୋର୍ଟ ଖୋଲିବ। ହାଇକୋର୍ଟ ଜଷ୍ଟିସ୍‍ ସଞ୍ଜୁ ପଣ୍ଡା ଅବକାଶ ସମୟରେ ୨୬ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେହିପରି ଜଷ୍ଟିସ କେ ଆର ମହାପାତ୍ର ଆସନ୍ତା ୨୭ରୁ ୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସ୍‍ରୁ ଜଣାଯାଇଛି। ଏହି ଶୀତ ଅବକାଶ ସମୟରେ କେବଳ ଜରୁରୀ ମାମଲା ଗୁଡିକର ବିଚାର ହେବ। ଅବକାଶ ସମୟର କାର୍ଯ୍ୟ ଦିବସ ଗୁଡିକରେ ଦିନ ୧୧ ଟାରୁ ୧୨ଟା ମଧ୍ୟରେ ମାମଲା ପଞ୍ଜିକରଣ ପାଇଁ ଗ୍ରହଣ କରାଯିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୩ଟା ହାଇକୋର୍ଟ କାର୍ଯ୍ୟାଳୟ ଖୋଲା ରହିବ।

Leave A Reply